ଗତ ଦୁଇ ଦିନ ହେଲା କାଶୀନଗର ଏନ.ଏ.ସି କାର୍ଯ୍ୟାଳୟ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ଠାରେ ଭତ୍ତା ନେବା ନିମନ୍ତେ ଲୋକ ମାନେ ଭିଡ଼ ଜମେଇ ଥିବା ଦେଖିବାକୁ ମିଳିଛି. ଏଠାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଅକର୍ମଣ୍ୟ ଭତ୍ତା ଦିଆ ଯାଉଥିବା ସୂଚନା ମିଳିଛି. ଖବର ନେବାରୁ ଜଣା ପଡିଛି ଯେ କାଶୀନଗର ଏନ. ଏ.ସି ମଧ୍ୟରେ 13ଟି ୱାର୍ଡ ରହିଥିବା ବେଳେ ମାତ୍ର ଦୁଇ ଜଣ ଟେକ୍ସ କଲେକ୍ଟର ରହିଛନ୍ତି ଏବଂ ଏନ ଏ ସି ମଧ୍ୟରେ ସମୁଦାୟ 1104 ଜଣ ଭତ୍ତାଧାରୀ ରହିଛନ୍ତି. ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନଙ୍କୁ ବୁଝିବାରୁ ସେ କହିଲେ ଯେ 60 ଭାଗରୁ ଅଧିକ ଥିବା ଆକର୍ମଣ୍ୟ ଓ ଚାଲି ପାରୁ ନ ଥିବା ବୁଢ଼ା ବୁଢ଼ୀ ମାନଙ୍କ ନିକଟକୁ ଯାଇ ଭତ୍ତା ପ୍ରଦାନ ଯାଉଛି. ଯାହାର ଭତ୍ତା ଟଙ୍କା ପଡିନି କିମ୍ବା କୌଣସି ଅସୁବିଧା ଥିଲେ ସେମାନଙ୍କ ସମସ୍ୟା ଶୀଘ୍ର ସମାଧାନ କରି ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ ବକ୍ତବ୍ୟ ରଖିଥିଲେ. ଖୁବ ଶୀଘ୍ର ପ୍ରତ୍ୟେକ ୱାର୍ଡ ଠାରେ ୱାର୍ଡ ଅଫିସ ଖୋଲା ଯିବାର ବ୍ୟବସ୍ଥା କରାଯିବ ଏବଂ ୱାର୍ଡ ଅଫିସର ମଧ୍ୟ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଥିଲେ.