(କାଶୀନଗର ରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର ) : କାଶୀନଗର ଅଞ୍ଚଳରେ ଗାଈ ଓ ବଳଦ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗାଡି ଗୁଡ଼ିକୁ ତନ୍ନ ତନ୍ନ ଯାଞ୍ଚ କରିବାକୁ ଥାନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି. ଆଜି ଯାଞ୍ଚ ବେଳେ ଦୁଇଟି ପିକ୍ ଅପ୍ ଗାଡ଼ି ବଳଦ ମାନଙ୍କୁ ନେଇ ଆନ୍ଧ୍ରପ୍ରଦେଶ କୁ 14 ବଳଦ ଚାଲାଣ କରୁଥିବା ବେଳେ ଧରାପଡି ଗିରଫ ହୋଇଥିବା ଜଣାଯାଇଛି. ସୁଚନା ଅନୁଯାୟୀ ଜୀ ତ୍ରିମୁର୍ତ୍ତୀଲୁ ଓ ଏମ୍ ରାମୁ ଏହି ଦୁଇ ଜଣଙ୍କୁ 160/22 ଏକ ମାମଲା ରୁଜ୍ଜୁ କରି ଗିରଫ କରିଥିବା ସହ ଦୁଇଟି ପିକ୍ ଅପ୍ ଗାଡି ମଧ୍ୟ ଜବତ କରିଥିବା ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜାଣଇଛନ୍ତି.