ଆଜି ହେଉଛି କାର୍ତ୍ତିକ ମାସ ର ଶେଷ ସୋମବାର , ମହାଦେବ ଙ୍କୁ ଏହିସବୁ ଜିନିଷ ଅର୍ପଣ କରିବା ଦ୍ୱାରା ଲାଭ ହୋଇଥାଏ ୭ଜନ୍ମ ର ପୁଣ୍ୟ
ହିନ୍ଦୁ ଧର୍ମରେ ସୋମବାର ଖୁବ୍ ଗୁରୁତ୍ଵ ପୂର୍ଣ୍ଣ, କିନ୍ତୁ କାର୍ତ୍ତିକ ମାସ ର ସୋମବାର ର ଖୁବ୍ ମହତ୍ତ୍ଵ ରହିଛି । କାର୍ତ୍ତିକ ମାସ ହେଉଛି ଚତୁର୍ମାସ ର ସବୁଠୁ ଶେଷ ମାସ । ଏହି ମାସରେ ଭଗବାନ୍ ବିଷ୍ଣୁ ଯୋଗ ନିଦ୍ରା ରୁ ଉଠି ସୃଷ୍ଟିର ଦାୟିତ୍ଵ ଗ୍ରହଣ କରି ଥାଆନ୍ତି । ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷ ର ଶେଷ ସୋମବାର । ଏହି ମାସର ପୂଜା ବିଶେଷ ଭାବରେ ଭଗବାନ୍ ବିଷ୍ଣୁ ଓ ମହାଦେବ ଙ୍କୁ ସମର୍ପିତ ହୋଇଥାଏ ।
ଶିବ ପୁରାଣ ରେ କୁହାଯାଇଛି ଯେ କାର୍ତ୍ତିକ ମାସ କୁ ନିଷ୍ଠା ଭାବରେ ମହାଦେବ ଙ୍କୁ ପୂଜା ଅର୍ପଣ କରିବା ଦ୍ୱାରା ୭ ଜନ୍ମ ର ପୁଣ୍ୟ ଲାଭ ହୋଇଥାଏ । ହିନ୍ଦୁ ଧର୍ମରେ ମହାଦେବ ଙ୍କୁ ନୀଳକଣ୍ଠ କୁହାଯାଇ ଥାଏ, ତେଣୁ ସେ ସମସ୍ତଙ୍କର ସମସ୍ତ କଷ୍ଟ ହରଣ କରି ଥାଆନ୍ତି ।
କାର୍ତ୍ତିକ ମାସ ଶେଷ ସୋମବାର ରେ କରନ୍ତୁ ଏହି ସବୁ ଉପାୟ :-
– ଆଜିର ଦିନରେ ମହାଦେବ ଙ୍କୁ ପଞ୍ଚାମୃତ ରେ ସ୍ନାନ କରାନ୍ତୁ । ଏହାଦ୍ବାରା ସମସ୍ତ କଷ୍ଟ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
– କାର୍ତ୍ତିକ ପୂର୍ଣ୍ଣିମା ରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବା କାରଣରୁ ଶେଷ ସୋମବାର ରେ ମହାଦେବ ଙ୍କ ନିକଟରେ ରୁଦ୍ରାଭିଷେକ କରିବା ଶୁଭ ଅଟେ ଓ ଜୀବନ ର ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ ।
– ଆଜିର ଦିନରେ ରୁଦ୍ରାଭିସେକ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।
– ଯଦି ଆର୍ଥିକ ଅସୁବିଧାରେ ଗତି କରୁଛନ୍ତି ତେବେ ଆଜିର ଦିନରେ ଗଙ୍ଗା ଜଳ ରେ ମହାଦେବ ଙ୍କୁ ଅଭିଷେକ କରାନ୍ତୁ। ଅଟକି ଥିବା କାର୍ଯ୍ୟରେ ସିଦ୍ଧିଲାଭ କରିବେ ।
– କାର୍ତ୍ତିକ ଶେଷ ସୋମବାର ରେ ଶିବ ପଞ୍ଚାକ୍ଷର ପାଠ କରିବା ଖୁବ୍ ଶୁଭ ଅଟେ । ଆଜିର ଦିନରେ କଳା ଶସ୍ୟ ସହିତ ଚାଉଳ ଦାନ କରିବା ଦ୍ୱାରା ବ୍ୟକ୍ତିର ପିତୃ ଦୋଷ ଦୁର ହୋଇଥାଏ ।
– ଶିବ ମନ୍ଦିର ରେ ଆଜିର ଦିନରେ ରୁଦ୍ରାକ୍ଷ ଦାନ କରିବା ଦ୍ୱାରା ବିବାହିତ ଜୀବନ ସୁଖମୟ ହୋଇଥାଏ । ଆଜିର ଦିନରେ ଶ୍ୱେତ ବସ୍ତ୍ର ପରିଧାନ କରି ଚନ୍ଦନ ଲଗାଇବା ଶୁଭ ହୋଇଥାଏ ।