ଭୁବନେଶ୍ୱର:ମାତ୍ର କେଇ ଘଣ୍ଟା ପରେ ପୁଣି ଭୁବନେଶ୍ୱରକୁ ଫେରିଲା କରୋନା। ଆଜି ଚିହ୍ନଟ ୧୦୨ ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ଦୁଇ ଜଣ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇ ଜଣଯାକ ଲୋକାଲ କେସ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗତକାଲି ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ଭୁବନେଶ୍ୱର କରୋନା ମୁକ୍ତ ଘୋଷଣା ହୋଇଥିଲା । ଏପଟେ ଆଜି ରାଜ୍ୟରେ ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏମାନଙ୍କ ମଧ୍ୟରେ କେବଳ ୨୦ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୫ ଜଣ କେନ୍ଦ୍ରାପଡ଼ା, ଭଦ୍ରକରୁ ୨, ବାଲେଶ୍ୱରରୁ ୨ ଏବଂ ନୟାଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୦୭ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି।