Odisha news

“ଅମ୍ପାନ”: ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା

0

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା ଅମ୍ପନର ଆଉଟର କ୍ଲାଉଡ ଓ୍ୱାଲ । ଗୋପାଳପୁର ଠାରୁ ୨୧୦ କିଲୋମିଟର ଦୂରରେ ଏହା ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆର. କେ. ଜେନାମଣି ।

ସେ କହିଛନ୍ତି, ବାତ୍ୟା ପାରାଦୀପ ଠାରୁ ୧୧୦ ରୁ ୧୨୦କିଲୋମିଟର ଦୂରରେ ଅତିକ୍ରମ କରିବ।  ବାଲେଶ୍ୱରଠାରୁ ୧୭୦ କିଲୋମିଟର ଦୂରରେ ଯିବ । ବାତ୍ୟା ଅମ୍ପନର ଆଖିର ବ୍ୟାସାର୍ଦ୍ଧ ୩୦ କିଲୋମିଟର ରହିଛି ବୋଲି ସେ ସୂଚାନ ଦେଇଛନ୍ତି।

ତେବେ ଓଡ଼ିଶାକୁ ସେତେଟା ଭୟ ନାହିଁ ବୋଲି OTVକୁ  ସୂଚନା ଦେଇ କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ସମୁଦ୍ର ମଧ୍ୟରେ ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅମ୍ପନ।  ୬ ଘଣ୍ଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବେ ।

ଆସନ୍ତାକାଲି କ୍ରମଶଃ ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ହୋଇପାରେ। ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସହ ମୟୂରଭଂଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି। ଆଜି ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପ ବର୍ଷା ହୋଇଥିବା ସୂଚନା ମିଳିଛି।

Leave A Reply