Odisha news

କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ଦମ୍ପତ୍ତି କରୋନା ପଜିଟିଭ : ବାଙ୍ଗାଲୋରରୁ ଫେରନ୍ତା

0

ବେତନଟୀ : ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ଦମ୍ପତ୍ତି କରୋନା ପଜିଟିଭ ବୋଲି ରିପୋର୍ଟ ଆସିଛି । ଗତକାଲି ବିଳମ୍ବିତ ରାତ୍ରୀରେ ଏମାନଙ୍କୁ ବାଙ୍ଗିଶୋଳ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି । ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମହେଶ୍ୱର ମାଝୀ, ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦମ୍ପତ୍ତିଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କରା ଯାଇଛି । ଏମାନଙ୍କ ସହିତ ଏମାନଙ୍କର ୧୮ ମାସର ଶିଶୁ କନ୍ୟା ମଧ୍ୟ ରହି ଥିବାର ଜଣା ପଡିଛି । ଏହି ଦମ୍ପତ୍ତି, ଜଣେ ସମ୍ପର୍କୀୟ ଭାଈ ବାଙ୍ଗାଲୋରର ଜିଗନୀରେ କାମ କରୁ ଥିଲେ । ଗତ ୧୯ ତାରିଖରେ ସେମାନେ ସେଠାରୁ ବାହାରି ୨୨ ତାରିଖରେ ଭଦ୍ରକ ପହଞ୍ଚି ଥିଲେ ।

ଭଦ୍ରକରେ ପହଞ୍ଚିବା ପରେ କେତେକ ସମ୍ପର୍କୀୟ ଓ ସାଙ୍ଗ ଯାଇ ସେମାନଙ୍କୁ ଏଠାକୁ ଆଣିବା ପରେ ୨୩ ତାରିଖରୁ କୃଷ୍ଣଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଏମାନଙ୍କୁ ଭର୍ତ୍ତି କରା ଯାଇ ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ଏହି ଦମ୍ପତ୍ତିଙ୍କ ସହିତ ଥିବା ଅନ୍ୟ ଜଣେ ସମ୍ପର୍କୀୟ ଯୁବକଙ୍କୁ ଗତକାଲି ଦିନ ୧୧ଟା ସମୟରେ ସଙ୍ଗରୋଧ କେନ୍ଦ୍ରରୁ ଛାଡି ଦିଆ ଯାଇ ଥିଲା । ଉକ୍ତ ଯୁବକ ଜଣକ ଗ୍ରାମରେ ପହଞ୍ଚିବା ପରେ ଖୁସିରେ ବିଭୋର ହୋଇ ଭୋଜିଭାତ କରିବା ସହିତ ଅନ୍ୟ ମାନଙ୍କ ସହିତ ଅବାଧରେ ମିଶି ଥିଲା । ପରେ ଦମ୍ପତ୍ତି ପଜିଟିଭ ବୋଲି ଜଣା ପଡିବା ପରେ ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇ ଥିଲା । ଛଡା ଯାଇ ଥିବା ଯୁବକ ଜଣକୁ ଖୋଜା ପଡି ଥିଲା । ଏହା ଛଡା ବାଙ୍ଗାଲୋର ପ୍ରବାସୀ ମାନଙ୍କୁ ଭଦ୍ରକ ଷ୍ଟେସନରୁ ଆଣିବାକୁ ଯାଇ ଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଖୋଜା ପଡିଛି । ଛଡା ଯାଇ ଥିବା ଯୁବକ ଜଣକୁ ଖୋଜି ଆଣିବା ସହିତ ତାଙ୍କୁ କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରକୁ ଅଣା ଯାଇ ନମୁନା ସଂଗ୍ରହକାରୀ କର୍ମଚାରୀ ନମୁନା ସଂଗ୍ରହ କରି ଥିବାର ଜଣା ପଡିଛି ।

Leave A Reply

Your email address will not be published.