ବାସୁଦେବପୁର (Basudev Tripathy) ଲକ୍ ଡାଉନ୍ର କଟକଣା ପରେ ଲାଗିଲା ସାମୁଦ୍ରିକ ଜୀବର ବଂଶ ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସାମୁଦ୍ରିକ ମସି୍ୟ ବିଭାଗ ପକ୍ଷରୁ ୬୧ ଦିନ ପାଇଁ ଲାଗିଥିବା କଟକଣା ନିର୍ଦ୍ଧାରିତ ୧୫ ଦିନ ପୂର୍ବରୁ ହଟିଯାଇଛି । ଫଳରେ ମସି୍ୟଜୀବିମାନେ ସମୁଦ୍ର ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତି ହୋଇ ଯାଇଛନ୍ତି ।
କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମୁଦ୍ରରୁ ମାଛ ମାରିବା ପାଇଁ ଲାଗିଥିଲା କଟକଣା । ଏହି କଟକଣା ପରେ ଅପ୍ରେଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ଜୀବର ବଂଶ ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସାମୁଦ୍ରିକ ମସି୍ୟ ବିଭାଗ ପକ୍ଷରୁ ୬୧ ଦିନ ପାଇଁ ସମୁଦ୍ରରେ ମାଛ ଧରିବାକୁ ମନା ହୋଇଥିଲା ।
ହେଲେ ସରକାର ଲକ୍ ଡାଉନ୍ରେ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବାରୁ ଓଡିଶା ସରକାରଙ୍କ ମସି୍ୟବିଭାଗର ଚିଠି ନମ୍ବର-୫୮୨୨/ଜେଡଏଫଓ୍ୱାଇ-୦୦୨୫-୨୦୨୦ ତା- ୨୮-୫-୨୦ରିଖର ଚିଠି ମୂଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୫ ଦିନ କମାଇ ଦେଇଛନ୍ତି । ଫଳରେ ମସି୍ୟଜୀବିମାନେ ଜୁନ୍ ୧ ତାରିଖ ଠାରୁ ମାଛଧରିବାକୁ ସମୁଦ୍ରକୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଚୂଡାମଣୀ,କସିଆ,ପଢୁଆଁ ମୁହାଣର ଶହ ଶହ ବୋର୍ଟ ଜାଲ,ବରଫ,ଖାଦ୍ୟ ସାମଗ୍ରୀ,ପିଇବା ପାଣି ଆଦି ବୋର୍ଟରେ ବୋଝେଇ କରି ଆସନ୍ତା କାଲି ଅନାଇ ବସିଛନ୍ତି ବୋଲି ଚୂଡାମଣୀ ମସି୍ୟଜୀବି ସଂଘର ସଭାପତି ଶଶିକାନ୍ତ ନାୟକ ଓ ସମ୍ପାଦକ ନୀଳକ= ମଳିକ କହିବା ସହିତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।