Odisha news

ଧାନ ବିଲ ରେ ମରୁଡି ର ପଦଧ୍ଵନି : କାମ ରେ ଆସୁନାହିଁ ଆଡିବନ୍ଧ ଯୋଜନା

କର୍ଲାମୁଣ୍ଡା : ସକାଳ ଖବର: କଳାହାଣ୍ଡି ଜିଲ୍ଲା ଖରିଫ ଧାନ ଚାଷ ପାଇଁ ମୁଖ୍ୟତଃ ରାଜ୍ୟର ପ୍ରମୁଖ ଅଂଚଳ ଓ ଦ୍ଵିତୀୟ ଭାତ ହାଣ୍ଡି ଭାବେ ପରିଚିତ କିନ୍ତୁ ପଶ୍ଚିମ ଓଡିଶା ର ଭାତ ହାଣ୍ଡି ରେ ଚଳିତ ବର୍ଷ ଘୋର ମରୁଡି ର ଆଶଙ୍କା ଦେଖାଦେଇଛି ।ବର୍ଷା ଅଭାବ ଯୋଗୁଁ କେନାଲ ରେ ଆବଶ୍ୟକ ପାଣି ଠିକ ଭାବରେ ଆସିପାରୁ ନାହିଁ l ଫଳରେ ଚାଷ ଜମି ଗୁଡିକରେ ପାଣି ପହଂଚି ପାରୁନାହିଁ । ତେବେ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ରାଜ କୋଷ ରୁ ଖର୍ଚ୍ଚ କରି ପ୍ରକଳ୍ପ ଗୁଡିକୁ ନିର୍ମାଣ କରି ଚାଲିଛନ୍ତି l

କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଷ ଓ ଚାଷୀ ଙ୍କ ଉନ୍ନତି ପାଇଁ ଆସୁଥିବା ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟ କ୍ଷମ ହୋଇ ପାରୁନାହିଁ । ଆଉ ଏହି ସରକାରୀ ଯୋଜନା ମଧ୍ୟରୁ ଆଡ଼ି ବନ୍ଧ ଯୋଜନା ହେଉଛି ଭିନ୍ନ । ଚଳିତ ବର୍ଷ ବର୍ଷା ଅଭାବ କାରଣ ରୁ କଳାହାଣ୍ଡି ଜିଲ୍ଲାରେ ଏବେ ମରୁଡି ର ପଦ ଧ୍ୱନି ଦେଖିବାକୁ ମିଳୁଥିବା ବେଳେ ଜିଲ୍ଲାରେ ଥିବା କର୍ଲାମୁଣ୍ଡା ବ୍ଲକ୍ ରେ ମଧ୍ୟ ପାଣି ଅଭାବ କାରଣରୁ ଅନେକ ଚାଷ ଜମି ଗୁଡିକ ସୁଖିଲା ପଡି ମାଟି ଫାଟିକି ଆଁ କରିଛି l

ଏମିତି କି ଧାନ ଗଛ ଗୁଡିକ ଝାଉଁଲି ଯାଇ ମରୁଡି ବାର୍ତ୍ତା ର ସଂକେତ ଦେଉଛି । ଅପରପକ୍ଷେ ବର୍ଷା ଜଳ ଅଭାବ ଯୋଗୁଁ ଉତେଇ ନଦୀରେ ଜଳ ସ୍ତର କମି ଯାଇଛି l ଯାହା ଦ୍ବାରା ଉତେଇ ଜଳ ସେଚନ ପ୍ରକଳ୍ପ ରେ ନିର୍ମାଣ ହୋଇଥିବା କେନାଲ ରେ ଆବଶ୍ୟକ ପରିମାଣ ର ପାଣି ଆସି ପାରୁନାହିଁ l ଫଳରେ ଆବଶ୍ଯକ ପାଣୀ ଅଭାବ କାରଣରୁ ଚାଷ ଜମି ମାନଙ୍କରେ ଜଳ ସେଚନ ହୋଇ ପାରୁନାହିଁ । ଏପରି ସ୍ଥଳେ ଆଡ଼ିବନ୍ଧ ହିଁ ଏକ ମାତ୍ର ସାହା ଭରଷା l ଆଡିବନ୍ଧ ଯୋଜନା ର ମୁଖ୍ୟ ଉଦେଶ୍ୟ ହେଉଛି ଜଳ ସଂରଣକ୍ଷ କରି ଅଣ ଜଳ ସେଚିତ ଚାଷ ଜମି ଗୁଡିକୁ କିପରି ଜଳ ସେଚନ କରି ମରୁଡି ଦାଉରୁ ଚାଷ ଓ ଚାଷୀଙ୍କୁ ରକ୍ଷା କରିବା ।

ହେଲେ ବିଭାଗୀୟ ଅଧିକାରୀ ଙ୍କ ଠିକାଦାର ପୋଷାନିତି ଯୋଗୁଁ ଅନାବଶ୍ଯକ ସ୍ଥାନ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଉଛି । ଯାହା ଫଳରେ ବ୍ଲକ୍ ରେ ଥିବା ୧୨ ଟି ପଂଚାୟତ ର ବିଭିନ୍ନ ଗାଁରେ ନିର୍ମାଣ ହୋଇଥିବା ଅନେକ ଆଡିବନ୍ଧ ଏବେ ଚାଷ କାର୍ଯ୍ଯ ରେ ଆସୁ ନଥିବା ଅନେକ ଚାଷି ଅଭିଯୋଗ କରିଛନ୍ତି l ଏମିତି କି ପୂର୍ବରୁ ଆଡିବନ୍ଧ ଯୋଜନା କୁ ନେଇ ଅନେକ ଚଂଚକତା ହୋଇଥିବା ଚିତ୍ର ସାମ୍ନା କୁ ଆସିଥିଲେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଶୂନ୍ ରହିଛି l ବିଷେଶ ଭାବେ ବୋରପଦର,ସ.ମାଲପଡା,ରାଜପୁର୍,ରେଗଡା,ସାପଲହରା,ଯୋରାଡବରା ଗ୍ରାମ ପଂଚାୟତ ମାନଙ୍କରେ ନିର୍ମାଣ ହୋଇଥିବା ଆଡିବନ୍ଧ ଗୁଡିକ ଚାଷୀ ଙ୍କ କାର୍ଯ୍ଯରେ ଆସୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l

Comments are closed.