କଣିହାଁ : ଜିଲା ଖଣିଜ ଉନ୍ନୟନ ପାଣ୍ଠି(ଡିଏମଏଫ) ତଥା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ନିର୍ମିତ ପ୍ରକଳ୍ପ ଉଦଘାଟନ ପ୍ରୋଟୋକଲ ଅନୁଯାୟୀ କରିବାପାଇଁ କଣିହାଁ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ବୁଧବାର ଦିନ କଣିହାଁ ବିଡିଓଙ୍କୁ ସାଂସଦ ମହେଶ ସାହୁଙ୍କ କଣିହାଁ ପ୍ରତିନିଧି ଶ୍ୟାମସୁନ୍ଦର ସାହୁ, ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ, ବରିଷ୍ଠ କାର୍ଯ୍ୟକର୍ତା ବୁଦ୍ଧିମନ୍ତ ସାହୁ ଓ କୁଳମଣି ବେହେରା ପ୍ରମୁଖ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କର ଅଭିଯୋଗରେ ଦର୍ଶାଯାଇଛିଯେ, ଗତ ୮/୭/୨୦୨୦ରିଖରେ କଣିହାଁ ବ୍ଲକ ସୁଶୁବା ଓ ଗଣ୍ଡମଳା ପଂଚାୟତରେ ଡିଏମଏଫ ରୁ ନିର୍ମିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚବିଦ୍ୟାଳୟ, କୁଲାବିରସ୍ଥ ପାନୀୟଜଳ ପ୍ରକଳ୍ପ, ସୁଲେଇପାଳ ଶନିମନ୍ଦିର ଓ କୁଲାବିର ପାନୀୟ ଜଳ ପ୍ରକଳ୍ପ ସରକାରୀ ପ୍ରୋଟୋକଲ ଅନୁଯାୟୀ ଉଦଘାଟନ କରାଯାଇନାହିଁ ।
ଜିଲା ଖଣିଜ ଉନ୍ନୟନ ପାଣ୍ଠିରେ ସାଂସଦ ମହେଶ ସାହୁ ସଭ୍ୟ ଥିବାବେଳେ ଉଦଘାଟନ ଫଳକରେ ତାଙ୍କର ନାମ ଉଲ୍ଲେଖ କରାଯାଇନଥିବା , ଫଳକରେ ପ୍ରକଳ୍ପ କେଉଁ ଆର୍ଥିକ ବର୍ଷରେ ଓ କେତେ ଟଙ୍କା ବିନିମୟରେ କରାଯାଇଛି ତାହା ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀ ବିଧାୟକ ଓ ସାଂସଦ ମାନଙ୍କୁ ସଂଗଠିତ ହୋଇ ଉନ୍ନୟନ କାର୍ଯ୍ୟ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏପରିସ୍ଥଳେ ଆପଣଙ୍କ ବ୍ଲକରେ ଏପରି ଘଟଣା ଘଟିଥିବା ନେଇ କର୍ମିମାନେ ଦାବୀ ପତ୍ରରେ ନିନ୍ଦା ମଧ୍ୟ କରିଛନ୍ତି । ଫଳକରେ ଘଟିଥିବା ତ୍ରୁଟି ଗୁଡିକ ଆସନ୍ତା ୧୭/୭/୨୦ ରିଖ ସୁଧା ସଂଶୋଧନ କରାଯାଇ ନୂତନ ଫଳକ ଲଗାନଗଲେ ପରେ ଯେଉଁ ଅପ୍ରିତିକର ଘଟଣା ଘଟିବ ସେଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି କର୍ମିମାନେ ଲିଖିତ ଚେତାବନୀ ଦେଇଛନ୍ତି ।