କଙ୍ଗନା ରନୌତ ଫିଲ୍ମ ‘ଥଲାଇବି’ରେ ନଜର ଆସିବେ ଯାହା ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମର ଫର୍ଷ୍ଟ ଲୁକ୍ରୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଓଜନ ବଢ଼ାଇବା ସହ ହର୍ମୋନ ପିଲ୍ସ ବି ନେଉଥିଲେ । ହେଲେ ଏବେ କଙ୍ଗନା ‘ଥାକଡ଼’ରେ ବ୍ୟସ୍ତ ଅଛନ୍ତି ଯେଉଁଥିରେ ସେ ଷ୍ଟଣ୍ଟ୍ କରୁଥିବା ନଜର ଆସିବେ । ଦର୍ଶକ ଏହାର ଫର୍ଷ୍ଟ ଲୁକ୍ର ତୁଳନା ହଲିଉଡ୍ ଆକ୍ସନ୍ ଆଡଭେଞ୍ଚର୍ ଫିଲ୍ମ ‘ଟମ୍ବ ରେଡର୍’ ସହ ତୁଳନା କରିଥିଲେ । ଥଲାଇବି ପାଇଁ ୭୦ କିଲୋ ଓଜନ କରିଥିବାବେଳେ ଥାକଡ଼ ପାଇଁ ୨୦ କିଲୋ ଓଜନ କମ୍ କରିବେ କଙ୍ଗନା । ଏଥିପାଇଁ ତାଙ୍କ ପାଖରେ ୨ ମାସ ସମୟ ଅଛି । ଏଥିପାଇଁ ସେ ହେଭି ୱର୍କଆଉଟ୍ ମଧ୍ୟ କରୁଛନ୍ତି । ଥାକଡ଼ ପାଇଁ ହଙ୍ଗ୍ କଙ୍ଗ୍ ଓ ଥାଇଲାଣ୍ଡ୍ ଆକ୍ସନ୍ ଡାଇରେକଫର୍ ଟ୍ରେନିଂ ଦେବେ । ନିର୍ଦ୍ଦେଶକ ରଜନୀଶ ଘାଇଙ୍କ ଫିଲ୍ମ ଚଳିତ ବର୍ଷ ଦିୱାଲିରେ ରିଲିଜ୍ ହେବ ।