Odisha news

୧୨ ବର୍ଷ ତଳୁ କରୋନା ଭବିଷ୍ୟବାଣୀ

0

ପୃଥିବୀ ପାଇଁ ବିପଦ ସୃଷ୍ଟି କରିଥିବା କୋଭିଡ-୧୯ ସମ୍ପର୍କରେ ପୂର୍ବରୁ ବହୁବାର ଭବିଷ୍ୟବାଣୀ ହୋଇଛି । ଆମେରିକା ଲେଖକ ଡିନ୍‌ କୁଟଜ୍‌ଙ୍କ ବହି ‘ଦ ଆଇଜ୍‌ ଅଫ୍‌ ଡାର୍କନେସ୍‌’ରେ ଏହି ଭୟଙ୍କର ଭାଇରସ୍‌ ବାବଦରେ ୪୦ ବର୍ଷ ପୂର୍ବରୁ ଚେତାବନୀ ମିଳିଥିଲା। ଏହାର କିଛି ଦିନ ପରେ ଆଉ ଜଣେ ଆମେରିକୀୟ ଲେଖିକା ସିଲିଭିୟା ବ୍ରାଓନି ‘ଆଣ୍ଡ୍‌ ଅଫ୍‌ ଡେଏଜ’ ବହିର ଠାଏ ଲେଖିଛନ୍ତି ୨୦୨୦ରେ ନିମୋନିଆ ପରି ଗମ୍ଭୀର ରୋଗ ପୃଥବୀରେ ଦେଖାଦେବ । ଫୁସ୍‌ଫୁସ୍‌ ଓ ଶ୍ୱାସନଳୀ ଉପରେ ପ୍ରଭାବ ପଡ଼ିବ । ଏହାର ଚିକିତ୍ସା ଅସମ୍ଭବ ହୋଇଯିବ । ଲେଖିକା ଜାଣିଥିଲେ ଏହି ରୋଗ ଅଚାନକ ଶେଷ ହୋଇଯିବ ଓ ଯେତେ ଜୋର୍‌ରେ ଭାଇରସ୍‌ ବ୍ୟାପିଥିବ ସେତିକି ବେଗରେ ଶେଷ ହେବ । ମାତ୍ର ଦୁଇ ବର୍ଷ ପରେ ଏହି ରୋଗ ପୁଣି ଫେରିବ ଓ ଆପେ ଆପେ ଭଲ ହେବ । ସିଲବିୟା ନିଜକୁ ମନୋବିଜ୍ଞାନୀ ଓ ଆଧ୍ୟତ୍ମିକ ଗୁରୁ ଭାବନ୍ତି । ତାଙ୍କ ପାଖରେ ଅଲୌକିକ ଶକ୍ତି ଥିବା ବି ସେ ଦାବି କରନ୍ତି । ତାଙ୍କର ଏ ବହି ୨୦୦୮ରେ ପ୍ରକାଶ ପାଇଥିଲା ।

Leave A Reply