Odisha news

ଆତ୍ମହତ୍ୟା ପାଇଁ ଟାଓ୍ବାର ଉପରକୁ ଚଢିଲେ ମହିଳା, ତାପରେ …

0
କନ୍ଧମାଳ : ଆତ୍ମହତ୍ୟା ପାଇଁ ଟାଓ୍ବାର ଉପରକୁ ଚଢିଥିଲେ ଜଣେ ମହିଳା, ତେବେ ତାଙ୍କର ଜୀବନ ବଞ୍ଚାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଫଳରେ ରବିବାର ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ସେହି ମହିଳା ଜଣଙ୍କ ଜୀବନ ବଞ୍ଚିଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ର ଅମଲାପଡ଼ା ସ୍ଥିତ ଏକ ଟାୱାର ଉପରେ ଜଣେ ୫୦ ବର୍ଷର ମହିଳା ଆତ୍ମହତ୍ୟା କରିବା ପାଇଁ ଚଢିଯାଇଥିଲେ। ଲକ୍‍ ଡ଼ାଉନ୍‍ ଯୋଗୁଁ ସବୁଆଡ଼େ ଶୂନ୍‍ଶାନ୍‍ ଥିବା ବେଳେ ଏହାର ସୁଯୋଗ ନେଇ ମହିଳା ଜଣକଟାୱାରର ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଚଢିଯାଇଥିବା ବେଳେ ସେହି ସମୟରେ ସାହିର ପବନା ବେହେରା ନାମକ ଏକ ବ୍ୟକ୍ତି ଦେଖିବା ପରେ ଏହାକୁ ନେଇ ପାଟିକରିଥିଲେ।
ପାଟିଶୁଣି ଆଖ ପାଖର ଦୌଡିି ଆସିଥିଲେ ମଧ୍ୟ ଦେଖି ଦେଖି ମହିଳା ଜଣକ ଅତି ଉଚ୍ଚକୁ ଚାଲିଯାଇଥିବା ଯୋଗୁଁ କେହି ଉପରକୁ ଚଢି ଉଦ୍ଧାର କରିବା ପାଇଁ ସାହାସ କରିନଥିଲେ। ଏହି ସମୟରେ ଅଞ୍ଚଳବାସୀ ତୁରନ୍ତ ସ୍ଥାନୀୟ ପୁଲିସ୍‍ ଓ ଅଗ୍ନିଶମ ବାହିନିକୁ ଖବର ଦେବାରେ ଅବିଳମ୍ବେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ଆରମ୍ଭ କରିଥିଲେ ଅପରେସନ।ହାବିଲ୍‍ଦାର ଚିତ୍ତ ରଞ୍ଜନ ସାହୁଙ୍କ ନେତୃତ୍ୱରେ କର୍ମଚାରୀ ପ୍ରଦ୍ୟୁମ୍ନ ଜେନା , ସ୍ୱସ୍ତିକ୍‍ କୁମ୍ଭାର , ରଞ୍ଜନ ଦାସ , ହାପି ବାରିକ ଓ ଜିତେନ୍ଦ୍ର ମହପାତ୍ର ପ୍ରମୁଖ ଆଖି ପିଛୁଳାକେ ଚଢିଥିଲେ l
ଉକ୍ତ ଟାୱାର ଉପରେ ପ୍ରାୟ ୧୧୦ ଫୁଟ ଉଚ୍ଚକୁ ଯାଇ ଉକ୍ତ ମହିଳାଙ୍କ ଉଦ୍ଧାର କରିବା ସହିତ ତଳକୁ ଆଣିଥିଲେ। ତେବେ ଏହି ସମୟ ମଧ୍ୟରେ ମହିଳା ଜଣକ ବାରମ୍ବାର ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅତି ଚତୁରତାର ସହିତ ପ୍ରାୟ ଦେଢ ଘଣ୍ଟା ପରିଶ୍ରମ କରି ଉକ୍ତ ମହିଳାଙ୍କୁ ତଳକୁ ଓଲାଇଥିଲେ। ଦେଖୁ ଦେଖୁ  ସଟ୍‍ଡ଼ାଉନ୍‍ ସତ୍ୱେ ମଧ୍ୟ ବହୁ ସଂଖ୍ୟା ରେ ଜନତାଙ୍କ ଗହଳି ହୋଇଯାଇଥିଲା, ଏହା ଦେଖି ପୁଲିସ୍‍ ତୁରନ୍ତ ଲୋକଙ୍କ ହଟାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ଟାଉନ୍‍ ପୁଲିସ୍‍ ଓ ଟିମ୍‍ ହ୍ୟୁମାନିଟ୍‍ କନ୍ଧମାଳର ସଦସ୍ୟମାନେ ମଧ୍ୟ ବେଶ୍‍ ସହଯୋଗ କରିଥିଲେ। ଉଦ୍ଧାର ପରେ ତୁରନ୍ତ ସଦସ୍ୟମାନେ ଚିକିତ୍ସା ପାଇଁ ଉକ୍ତ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣ ଯୋଗୁଁ ମହିଳା ଜଣକ ଏଭଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ତାହା ଜଣାପଡ଼ିନଥିବା ବେଳେ ତାଙ୍କର ପରିଚୟ ମଧ୍ୟ ମିଳିପାରିନାହିଁ। ତେବେ ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ମହିଳା ଜଣକ ଖଜୁରିପଡ଼ା ଥାନା ଅନ୍ତର୍ଗତ ସୁଡ଼୍ରେଜୁ ଅଞ୍ଚଳର।
ଗତକାଲି କୌଣସି କାରଣରୁ ସେ ଗ୍ରାମକୁ ଚାଲି ଆସିଥିବା ବେଳେ ରବିବାର  ସକାଳେ ମେଡ଼ିକାଲ୍‍ ଛକ ସ୍ଥିତ ଆହାରକେନ୍ଦ୍ରରେ ଖାଇବା ପାଇଁ ଅପେକ୍ଷା କରିଥିଲା। କିନ୍ତୁ ତାହାର ପାଖରେ ପଇସା ନଥିଲା। ତେବେ କେତେକ ସହଯୋଗ କରିବାକୁ ଇଛା କରିଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ସେଠାରେ ଲାଇନରେ ଆସିବାକୁ କହିବାରୁ ମହିଳା ଜଣକ ସେଠାର ରାଗରେ ଆସି ଆମଲାପଡ଼ା ସ୍ଥିତ ଏକ ବ୍ୟକ୍ତିଙ୍କ ଘର ଆଗରେ ବସିଥିଲା ଓ ଭୋକ ହେଉଛି ବୋଲି କହିବାରୁ କେତେକ ମଧ୍ୟ ସେହି ସମୟରେ ତାକୁ କିଛି ଜିନିଷ ଖାଇବାକୁ ଦେଇଥିଲେ। ତେବେ ସେ ଯାହାହେଉନା କାହିଁକି ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ତୁରନ୍ତ ଉଦ୍ୟମ ଫଳରେ ଏକ ଜୀବନ ରକ୍ଷା ପାଇଥିବା ବେଳେଏଭଳି ଘଟଣା ଫୁଲବାଣୀ ସହରରେ ପ୍ରଥମ ବୋଲି ଜଣାଯାଇଛି।
Nalco
Leave A Reply