କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ବୁଡାଦାନୀ ଠାରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସେମାନେ ବାଇକରେ ଫୁଲବାଣୀରୁ ଗଣେଶ ପୂଜା ଦେଖି ଘରକୁ ଫେରୁଥିବା ବେଳେ ବୁଡାଦାନୀ ରାସ୍ତାରେ ଥିବା ଏକ ଗାର୍ଡୱାଲରେ ବଡେଇ ହେବା ଫଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଶୁକ୍ରବାର ଗଣେଶ ପୂଜା ଦିନ ଏକ ବାଇକରେ ଖଜୁରିପଡା ଥାନା ଜାମୁଝରୀ ଅଂଚଳର ଆଶିଷ ଦିଗାଲ(୧୭) ନାମକ ଜଣେ ଯୁବକ ଏବଂ ତୁଡିପାଜୁ ପଂଚାୟତ ପୁନ୍ଦାଲୀ ଅଂଚଳର ଦୀପା କହଁର(୧୬) ନାମକ ଜଣେ ଯୁବତୀ ଫୁଲବାଣୀକୁ ଗଣେଶ ପୂଜା ଦେଖିବାକୁ ଆସି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ବୁଡାଦାନୀ ନିକଟରେ କୌଣସି କରଣ ବସତଃ ବାଇକ ଚାଲକ ଆଶିଷ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା ଏକ ଗାର୍ଡୱାଲରେ ବାଇକଟି ପିଟି ହୋଇ ଏହିଭଳି ଘଟିଛି । ଖବର ପାଇ ଫୁଲବାଣୀ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ୧୦୬/୨୦୨୧ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ମାମଲାର ତଦନ୍ତ ଦାୟୀତ୍ୱରେ ଥିବା ଅଧିକାରୀ ଜୁଗଳ କିଶୋର ନାୟକ କହିଛନ୍ତି ।
Comments are closed.