ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ୨୦ ବର୍ଷ ପରେ ଆଉଥରେ ତାଲିବାନ୍ ଶାସନ ଆରମ୍ଭ ହୋଇ ଯାଇଛି । ତାଲିବାନ୍ ଆସିବା ପରେ ଡିଫେନ୍ସ ଏକ୍ସ୍ପର୍ଟ ଜାମ୍ମୁ କାଶ୍ମୀର କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଚିନ୍ତା ର କାରଣ ଅଟେ , କାରଣ ତାଲିବାନ୍ ର ସମ୍ପର୍କ ପାକିସ୍ତାନ ଗୁଇନ୍ଦା ବିଭାଗ ISI ଓ ପାକିସ୍ତାନ ଆତଙ୍କ ବାଦି ସଂଗଠନ ସହିତ ନିବିଡ ଅଟେ ।
ଇତି ମଧ୍ୟରେ ଆମେରିକା କଂଗ୍ରେସ ନେତା ମାଇକେଲ ବଲ୍ ଟେଜ୍ ଗଣମାଧ୍ୟମ କୁ ସାକ୍ଷାତ କରି କହିଥିଲେ ଯେ ତାଲିବାନ୍ ଆସିବା ଦ୍ବାରା ଜାମୁ କାଶ୍ମୀର ରେ ପୁଣି ଆତଙ୍କ ବାଦ ସକ୍ରିୟ ହୋଇ ଉଠିବ । ଆଫଗାନିସ୍ତାନ ଆସିବା ପରେ ବର୍ତ୍ତମାନ୍ ଅଲ୍କାୟେଦା ୩.୦ ତିଆରି ହେବ । ତାଲିବାନ୍ ଓ ଆଲ୍କାୟେଦା ର ମିଳିତ ସମ୍ପର୍କ କାଶ୍ମୀର ରେ ଅସ୍ଥିରତା ସୃଷ୍ଟି କରିବ । ଆଜ ତକ୍ କୁ ଦେଇଥିବା ସାକ୍ଷାତକାରରେ ଦେଇ ରିପବ୍ଲିକ ନେତା ବୋଲ୍ଟସ କହିଛନ୍ତି ଆଫଗାନିସ୍ତାନ ରେ ତାଲିବାନ୍ ସକ୍ରିୟ ହେବା ପରେ ଆଲକାୟେଦ ୩.୦ ର ପ୍ରଭାବ କାଶ୍ମୀର ଉପରେ ଅଧିକ ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକୀୟ ସେନା ୨୦ ବର୍ଷ ଆଫଗାନିସ୍ତାନ ରେ ରହିବା ପରେ ତାଲିବାନ୍ ଶାସନ କୁ ଫେରିବା ଖୁବ୍ ନୈରାଶ୍ୟ ଜନକ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନ ସମ୍ବିଧାନ ଅନୁସାରେ ଅସରାଫ୍ ଗନି ଦେଶ ଛାଡ଼ିବା ପରେ ଉପରାଷ୍ଟ୍ରପତି ଅମରୁଲା ସାଲେହ ରାଷ୍ଟ୍ରପତି ପଦ ରେ ରହିବା ଉଚିତ୍ ।

Comments are closed.