Odisha news

ଫୁଲବାଣୀରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ : କୋଭିଡ ଯୋଦ୍ଧାଙ୍କୁ ଖାଦ୍ୟ ପରଷିଲେ ଜିଲାପାଳ ଓ ସାଂସଦ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ପକ୍ଷରୁ  ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ପରିସର ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ବଡ଼ାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି, ଜିଲ୍ଲା ପରିଷଦର ସଭାପତି ଆକାଂକ୍ଷା ପ୍ରଧାନ , ଏସପି ଭିନିତ ଅଗ୍ରୱାଲ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଥିଲେ।

ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବଡ଼ାଖାନା କାର୍ଯ୍ୟକ୍ରମରେ ସମସ୍ତ ସଫେଇ କର୍ମଚାରୀ , ସ୍ୱଚ୍ଛ ସାଥୀ ଓ ଅନ୍ୟ ସମସ୍ତ କର୍ମଚାରୀମାନେ ଯୋଗଦେଇଥିବା ବେଳେ ସାଂସଦ, ଜିଲାପାଳ , ଜିଲ୍ଲା ପରିଷଦ ସଭାପତି , ଏସପି ଓ ପିଡ଼ି ପ୍ରମୁଖ ପୌର ପରିଷଦର ସଫେଇ ଓ ଅନ୍ୟ କର୍ମଚାରୀମାନଙ୍କୁ ଖୁସିରେ ଖାଦ୍ୟ ପରସିଥିଲେ। ସଫେଇ କର୍ମଚାରୀମାନେ ମଧ୍ୟ ଧାଡ଼ିରେ ଆସି ଖାଦ୍ୟ ନେଉଥିବାର ଦେଖା ଯାଇଥିଲା।

Attachments area

Comments are closed.