Odisha news

କଣାସ ମହୋତ୍ସବ ପ୍ରସ୍ତୁତି ବୈଠକ

0

କଣାସ,୦୬/୦୫ : ପୁରୀ ଜିଲ୍ଲା କଣାସ ବ୍ଲକ ରାଜ୍ୟ ସ୍ତରୀୟ କଣାସ ମହୋତ୍ସବ ପ୍ରସ୍ତୁତି ବୈଠକ ସେବଞ୍ଚଳ ପରିସରରେ ସୁବର୍ଣ୍ଣ କେଶରୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୫ମ କଣାସ ମହୋତ୍ସବ ପାଇଁ ୨୮ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା ।ଚଳିତ ମେଁ ମାସ ୨୬ରୁ ୩୦ ପାଞ୍ଚ ଦିନ ଧରି କଣାସ ମହୋତ୍ସବ ଅନୁଷ୍ଠିତ ହେବ ବୋଲି  ସ୍ଥିରୀକୃତ କରାଯାଇଛି ।କଣାସ ଅଞ୍ଚଳର କଳା,ସଂସ୍କୃତି, ଏତିହ୍ୟ,ପରମ୍ପରା,ବିଭିନ୍ନ ଲୋକ ପ୍ରତିଭା ,ବିର ଯବାନ,ସ୍ଵାଧିନତା ସଂଗ୍ରାମୀଙ୍କର ଆମର ଗାଥା ଓ କଣାସର ଗର୍ବ ,ଗୌରବ ଗାରୀମାକୁ ନେଇ କଣାସ ମହୋତ୍ସବ ଅନୁଷ୍ଠିତ ହେବ ।ଏହି ପ୍ରସ୍ତୁତ ବୈଠକରେ  ହାଡିବନ୍ଧୁ ପାଢ଼ୀ,ରାଧାଶ୍ୟାମ ବିଶ୍ଵାଳ,ରଜନୀ କାନ୍ତ ପାଢ଼ୀ,ସୁଶାନ୍ତ କୁମାର ନରେନ୍ଦ୍ର,ଦେବରାଜ ବେହେରା,ବିଦ୍ୟାଧର ପରିଡା,ଦଳବେହେରା ନିରଞ୍ଜନ ପଶ୍ଚିମକବାଟ,ନିରଞ୍ଜନ ଜେନା,ପବିତ୍ର କୁମାର ସୁନ୍ଦରାୟ,ପ୍ରେମାନନ୍ଦ ଜାଲି,ଭାସ୍କର ସାହୁ,ହୃଷୀକେଶ ପ୍ରଧାନ,ବେଣୁଧର ଶ୍ରୀଚନ୍ଦନ,ରାଜେଶ ହରିଚନ୍ଦନ,ସଂଜୀବ ବଳିଆରସିଂହ, ଅଜୟ ସେଠୀ ଓ ରବିନାରାୟଣ ପଲାଇ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Nalco
Leave A Reply