Odisha news

ଗଂଜାମ ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚାର ବୈଠକ, ଆନ୍ଦୋଳନ ପାଇଁ ସଜବାଜ ।

0
ଛତ୍ରପୁର,06.05:  ଗଞ୍ଜାମ ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଗଞ୍ଜାମ ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚାର ଏକ ମିଳିତ ବୈଠକ ଜିଲ୍ଲା ସଂଯୋଜକ ବିଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ ଯୋଗଦେଇ  ମୋଟ ଜନ ସଂଖ୍ୟାର 52.5 ପ୍ରତି ଶତ ଥିବା ବେଳେ ଉଚ୍ଚ ଶିକ୍ଷା, ଇଂଜିନିଅରିଂ,ଡାକ୍ତରୀ ଶିକ୍ଷା, ଅନ୍ୟାନ୍ୟ ଉଚ୍ଚ ପଦବୀ ପାଇଁ କୌଣସି ସଂରକ୍ଷଣ ନଥିବା ପ୍ରକାଶ କରି ଦାବୀ ହାସଲ ପାଇଁ ଏକାଠି ଆବଶ୍ୟକ ବୋଲି ମତ ଦେଇଥିଲେ ।ଅନ୍ୟତମ ଓବିସି ନେତା ତଥା ଶିକ୍ଷକ ନେତା କାମରାଜୁ ମହାରଣା  ପଞ୍ଚାୟତ ସ୍ତରରୁ ଓବିସି ସଂଗଠନ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସୀମାଞ୍ଚଳ ନାହାକ 1931ରୁ ଓବିସି ଜନଗଣନା ହୋଇନଥିବା ଯୋଗୁଁ ସବୁ କ୍ଷେତ୍ରରେ ଓବିସି ବର୍ଗର ଜନ ସାଧାରଣ ବଞ୍ଚିତ ହୋଇଛନ୍ତି ବୋଲି ପ୍ରକାଶ  କରିଥିଲେ ।ବହୁ ଜନ କ୍ରାନ୍ତିକାରୀ ମୋର୍ଚ୍ଚାର ସଭାପତି   ଦଳିତ,ଆଦିବାସୀ, ଓବିସି ମିଳିତ ଭାବେ ଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ ।ସମ୍ପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓବିସି ସର୍ଭେ  କାର୍ଯ୍ୟକ୍ରମ ଘରକୁ  ଘର ବୁଲି କରାଯାଉ ବୋଲି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦାବି କରିଥିଲେ ।ଏହି ବିଷୟରେ ମୁଖ୍ୟ ମନ୍ତ୍ରୀଙ୍କୁ ଜିଲ୍ଲା ପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା ପ୍ରତି ପଞ୍ଚାୟତରେ ଓବିସି ସଂଗଠନ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା।ଜିଲ୍ଲା ସ୍ତରୀୟ ସଂଗଠନ ଗଠନ କରିବା ପାଇଁ ଏକ 23 ଜଣିଆ ଆବାହକ ମଣ୍ଡଳୀ   ଗଠନ କରାଯାଇଥିଲା।ଓବିସି ବର୍ଗର ଜନସାଧାରଣଙ୍କୁ ସଚେତନ କରିବାପାଇଁ ଆବାହକ ମଣ୍ଡଳୀ କୁ ଦାୟିତ୍ୱ ଦିଆଗଲା ।ଏହି ବୈଠକରେ   ଛତ୍ରପୁର, ଗଞ୍ଜାମ, ବେଲଗୁଣ୍ଠା, ଶେରଗଡ, ଖଲ୍ଲିକୋଟ, ବେଗୁନିଆ ପଡା  ପ୍ରଭୃତି ଅଞ୍ଚଳରୁ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
Nalco
Leave A Reply