Odisha news

ଭିଜିଲାନ୍ସ ବିଛାଖଣ୍ଡି ପାହାଡ଼ ମହାଦୁର୍ନିତିର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କୁ ଦେବାପରେ ବି ଆଖିବୁଜା ପଥର ଲୁଟ ଅବ୍ୟାହତ : ଦୈନିକ ଲୁଟ ପରିମାଣ ଦୁଇ କୋଟିରୁ ଉର୍ଦ୍ଧ୍ବ

0

ଚଣ୍ଡିଖୋଲ,୬/୫ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ତଥା ଜେନାପୁର ଥାନା ଅନ୍ତର୍ଗତ ବିଛାଖଣ୍ଡି ପାହାଡରୁ କ୍ରସର ମାଲିକ ଓ ମାଫିଆଙ୍କ ଦ୍ୱଆରା ବେଆଇନଭାବେ ଶହଶହ କୋଟି ଟଙ୍କାର କଳାପଥର ଲୁଟପାଟ ଘଟଣାର ତଦନ୍ତ ରିପୋର୍ଟ ଇତିମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ଲୋକାୟୁକ୍ତଙ୍କୁ ପ୍ରଦାନ କରିଛି! ଏହି ତଦନ୍ତ ରିପୋର୍ଟରେ ବହୁ ପ୍ରଭାବଶାଳୀ ବ୍ୟକ୍ତି, ଯାଜପୁରର ତତ୍କାଳିନ ଜିଲ୍ଲାପାଳ ଓ ଏକାଧିକ ତହସିଲଦାରଙ୍କୁ ଦୋଷୀ ଭାବେ ଦର୍ଶା ଯାଇଛି! ଏହାକୁନେଇ ଗତ ଯାଜପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି! ହେଲେ ବିଡମ୍ବନାର ବିଷୟ ଗୋଟିଏ ପଟେ ଭିଜିଲାନ୍ସ ରିପୋର୍ଟକୁ ନେଇ ତୁମ୍ବିତୋଫାନ ଚାଲିଥିଲାବେଳେ ଅନ୍ୟପଟରେ କିନ୍ତୁ ଏବେ ବି ବିଛାଖଣ୍ଡି ପାହାଡର କଳାପଥର ଖଣି ଗୁଡିକରୁ ଆଖିବୁଜା ପଥର ଲୁଟ ଚାଲିଥିବା ଦେଖାଯାଉଛି! ନିର୍ଧିଷ୍ଟଭାବେ କେତେଜଣ ମେଗା କ୍ରସର ମାଲିକ ଓ ପଥର ମାଫିଆ ଏହି ଲୁଟପାଟରେ ସପୃକ୍ତ ଅଛନ୍ତି! ଟଙ୍କାଏ କି ଦ୍ୱିଟଙ୍କା ନୁହେଁ ଏଠାରୁ ଦୈନିକ ଲୁଟ ହେଉଛି ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର କଳାପଥର! ମାଫିଆ ଓ କ୍ରସର ମାଲିକମାନେ ପାହାଡରେ ଶକ୍ତିଶାଳୀ ବି୍ସ୍ଫୋରଣକରି ବଡବଡ ମେସିନ ଓ ଟ୍ରକଯୋଗେ ଦିନରାତି ଏହି ପଥର ଲୁଟିନେଇ ସିଧାସଳଖ ନିଜ ନିଜ ମେଗା କ୍ରସରରେ ବ୍ୟବହାର କରୁଛନ୍ତି!ଏକ ଆକଳନ ଅନୁଯାଇ ଏହି ଲୁଟପାଟ ଯୋଗୁଁ ସରକାର ଦୈନିକ ପ୍ରାୟ ଦେଢକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି! ଏପରି ଅଭାବନୀୟ ଦୃଶ୍ୟ ସ୍ଥାନୀୟ ପୋଲିସ ଓ ରାଜସ୍ୱ ପ୍ରଶାସନ ଦେଖୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି! ବିଛାଖଣ୍ଡି ପାହାଡରେ ଶହଶହ କୋଟି ଟଙ୍କାର କଳାପଥର ବେଆଇନଭାବେ ଲୁଟପାଟ ହେବା ଓ ଏଠାରେ କଳାପଥର ଖନନ ସମୟରେ ବେଆଇନ ଭାବରେ ଲିଜଧାରୀଙ୍କୁ ପ୍ରଶାସନିକ ଅଧିକାରୀମାନେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ସହ ସୁରକ୍ଷା ଦେବା ଅଭିଯୋଗକୁ ନେଇ ଗତ ୨୦୨୧ ମସିହା ଫେବୃଆରୀ ମାସ ୮ ତାରିଖରେ ଲୋକାୟୁକ୍ତଙ୍କ ଇଯିଲାସରେ ଏକ ମାମଲା ଦାୟର ହୋଇଥିଲା! ଏହି ମହାଦୁର୍ନିତିର ଗଭିରତାକୁ ଉପଲବ୍ଧିକରି କରି ଲୋକାୟୁକ୍ତଙ୍କ ଇଯିଲାସରେ ଏଲ ଓଆୟି ନମ୍ବର ୧୨୦/୨୦୨୧ରେ ମାମଲା ପଞ୍ଜିକରଣ ହେବା ସହ  ଏହାର ତଦନ୍ତକରି ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଭିଜିଲାନ୍ସକୁ ଆଦେଶ ଦେଇଥିଲେ! ଦୀର୍ଘ ଦିନଧରି ଭିଜିଲାନ୍ସ ବିଭାଗର ଉଚ୍ଚ ଅଧିକାରୀ ମାନେ ବାରମ୍ବାର ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରି ଗତ ତାଙ୍କ ରିପୋର୍ଟ  ଇତିମଧ୍ୟରେ ଲୋକାୟୁକ୍ତଙ୍କୁ ପ୍ରଦାନ କରିଛନ୍ତି! ଏହି ପଥରଚୋରୀ ଓ ଲୁଟପାଟ ଯୋଗୁଁ ସରକାର  ଅନ୍ୟୁନ ୨ଶହ କୋଟି ଟଙ୍କାର ରାଜସ୍ୱ ହରାଇଥିବା ଭିଜିଲାନ୍ସ ବିଭାଗ ସିଧାସଳଖ ତାଙ୍କ ରିପୋର୍ଟରେ ଦର୍ଶାଇବା ସହ ଏଥିରେ ଯାଜପୁର ଜିଲ୍ଲାର ତତ୍କାଳିନ ଜିଲ୍ଲାପାଳ,ତିନିଜଣ ତହସିଲଦାର ଓ ଦୁଇଜଣ ରାଜସ୍ୱ ନିରୀକ୍ଷକଙ୍କୁ ଅଭିଯୁକ୍ତ କରିଛନ୍ତି! ଭିଜିଲାନ୍ସ ରିପୋର୍ଟ ପରେ ଏହି ପଥର ମହାଦୁର୍ନିତି ଘଟଣା ହଇଚଇ ସୃଷ୍ଟି କରିଛି ସତ ହେଲେ ଏବେ ବି ବିଛାଖଣ୍ଡିର ମେଗା କ୍ରସର ମାଲିକ ଓ ପଥର ମାଫିଆଙ୍କ ଆତଙ୍କରାଜ ଲୁଟପାଟରେ କୌଣସି ଫରକ ଆସିନଥିବା ଦେଖାଯାଇଛି! ଏଠାରେ ନାମକୁମାତ୍ର ଦୁଇଟି ପଥର ଖଣିକୁ ଲିଜ ପ୍ରଦାନ କରାଯାଇଥିଲେ ମଧ୍ୟ ସପୃକ୍ତ ଲିଜଧାରୀ ତାଙ୍କ ଲିଜଖଣିରୁ ପଥର ଉତ୍ତୋଳନ ନକରି ବେଆଇନଭାବେ ପାଖ  ଜଙ୍ଗଲ ଓ ରାଜସ୍ୱ ବିଭାଗ ଅଞ୍ଚଳରୁ ଆଖିବୁଜା ପଥର ଲୁଟ କରୁଥିବା ଦେଖାଯାଇଛି ! ଏଥିସହ ଉକ୍ତ ପାହାଡ ଅଞ୍ଚଳରେ ୬୦ରୁ ଉର୍ଦ୍ଧ୍ବ ନିଶିଦ୍ଧ ସ୍ଥାନରୁ ଦୈନିକ ଖୋଲାମେଲାରେ ଦିନରାତି କୋଟି କୋଟି ଟଙ୍କାର କଳାପଥର ଚୋରୀ ହେଉଥିବା ଦେଖାଯାଉଛି!ଫଳରେ ଏବେ ଦୈନିକ ସରକାର ଅନ୍ୟୁନ ଦେଢକୋଟି ଟଙ୍କାର ରିଜସ୍ୱ ହରାଉଥିବା ଆଲୋଚନା ହେଉଛି!

Leave A Reply