କଣାସ ୧୩/୦୮/୨୦୨୨ : ଆଜି ପୁରୀ ଜିଲ୍ଲା କଣାସ ବ୍ଲକ ପରିସର ନିକଟରେ ,ସର୍ବପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ଚାଲିଆସିଥିବା ମକଦ୍ଦମାର ସହଜ ସମାଧାନ ତଥା ଆର୍ଥିକ ଖର୍ଚ୍ଚ ସହିତ ସମୟ ଅପବ୍ୟୟ ଠାରୁ ନିସ୍ତାର ପାଇବାପାଇଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ତଥା ଦେୱାନୀ, ଫୌଜଦାରୀ ବା ସାଲିସ ଯୋଗ୍ୟ, ମୋଟର ଦୃଘଟଣା ଜନିତ କ୍ଷତିପୂରଣ ,ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ସମ ବିବାଦ ଓ ଚେକ ବାଉଁଶ ମାମଲା ପ୍ରଭୁତି ଆପୋଷ ସହମତିରେ ସମାଧାନ କରାଯିବାପାଇଁ ବ୍ୟବସ୍ତା ରହିଛି। ଆଜି ଏହି ପରିପ୍ରେକ୍ଷୀରେ କଣାସ ବ୍ଲକର ୬୧ଗୋଟି ମାମଲା ପୋଷ୍ଟ କରାଯାଇଥିଲା। ଲଗାଣ ବର୍ଷା କାରଣରୁ ଅଧିକାଂଶ ଲୋକ କୋଟ ପରିସର କୁ ଆସିପାରିନଥିବା ବେଳେ ମାତ୍ର ୧୭ଗୋଟି କେଶର ଫଇସଲା ଜଷ୍ଟିସ ଅନୁଶାନ ଦାସ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ସରକାର ଙ୍କ ତରଫରୁ ରିଟେର୍ଣ୍ଣର ତଥା ବରିଷ୍ଟ ଓକିଲ ସୁବାସ ଚନ୍ଦ୍ର ପଣ୍ଡା ସରକାରୀ ଓକିଲ ଦ୍ଵାରିକାନାଥ ମହାନ୍ତି, କମଳ କୁମାର ନାଥ, ସଦାନନ୍ଦ ପ୍ରଧାନ, ଅଶୋକ କୁମାର ପାଣିଗ୍ରାହୀ, ପ୍ରଶାନ୍ତ ଜେନା, ସୁଶାନ୍ତ କୁମାର ମହାନ୍ତି, ବିଶ୍ୱନାଥ ବେହେରା, ଓ ଆଇନଜୀବି ରବି ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସିରସ୍ତାଦାର ନିଶିକାନ୍ତ ମହାପାତ୍ର ଓ ସମସ୍ତ ଷ୍ଟାଫ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସୁଚାରୁ ରୁପେ ତୁଲାଇଥିଲେ।