କଣାସ ୧୨/୦୮/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକ ଛୁପୁରିଙ୍ଗ ବ୍ରିଜ ନିକଟରେ ଆଜି ଅପରହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩ଜଣ ସଙ୍କଟାପନ୍ନ ଅବସ୍ଥାରେ ଗୁରୁତର ଆହତ ହୋଇଛନ୍ତି ।ଖବର ନେବାରେ ଜଣାପଡିଛି ଗଡିଶାଗୋଦା ଥାନା ଅନ୍ତର୍ଗତ କାଳିଘଡି ଗ୍ରାମର ଅଜୟ ବଳିଆରସିଂହ ଗାଡି ନମ୍ୱର୍ ଓଆର ୧୩ ଏଫ୍ ୬୯୦୪ ଏକ ବାଇକ୍ ଯୋଗେ ଜଙ୍କିଆ ଛକକୁ କୌଣସି ଏକ କାମରେ ନିଜ ଧର୍ମ ପତ୍ନୀ ଓ ପୁଅ ଝିଅଙ୍କୁ ନେଇ ଆସୁଥିବା ବେଳେ ନୂଆ ଜଗନ୍ନାଥ ସଡ଼କ ଚୁପୁରିଙ୍ଗ ଛକ ନିକଟରେ ପୁରୀ ଆଡୁ ଦ୍ରୁତ ବେଗରେ ଆସୁଥିବା ଏକ କାର ନମ୍ୱର୍ ଏପି ୩୦ଏଏସ ୭୬୭୭ ଧକ୍କା ଦେବାରୁ ଘଟଣା ସ୍ଥଳରେ ଅଜୟଙ୍କ ପାଞ୍ଚ ବର୍ଷର ପୁଅ ଅଂଶୁମାନର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଜୟ ତାଙ୍କ ଧର୍ମ ପତ୍ନୀ ଓ ଝିଅ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବାହାରକୁ ଚିକିତ୍ସା ପାଇଁ ରେଫର୍ କରିଥିବା ଜଣାପଡ଼ିଛି ।ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ଗଡ଼ିଶାଗୋଦା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ଓ କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ୍ ହେଇଥିବା ଗଡିଗୋଦା ଥାନା ଅଧିକାରୀ କହିଥିଲେ ।