Odisha news

କଣାସ ରେ ଶିଶୁ ବିକାଶ ସମ୍ପର୍କ ଯାତ୍ରା ଅନୁଷ୍ଠିତ

0

କଣାସ , ୨୩/୦୧/୨୦୨୧: ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଆଜି ପୁରୀ ଜିଲ୍ଲା କଣାସ ବ୍ଲକ ପରିସର ମଧ୍ୟରେ ଶିଶୁ ମାନଙ୍କର ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅପହଞ୍ଚ ଶିଶୁ ମାନଙ୍କ ବିକାଶ ପାଇଁ ଏହି ଯାତ୍ରା ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି କଣାସ ବ୍ଲକ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଠାରୁ ସିଧାସଳଖ ଆପତ୍ତି ଅଭିଯୋଗ ଶୁଣିବା ଓ କଣାସ ବ୍ଲକରେ ଥିବା ଶିଶୁ ସହାୟତା କେନ୍ଦ୍ର , ଥାନା ଓ ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଶିଶୁ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତାର ସମାଧାନ ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପୁରୀ ଜିଲ୍ଲା ଡିସିପିଓ ମନୋଜ କୁମାର ତ୍ରିପାଠୀ , କଣାସ ଗୋଷ୍ଠି ଉନ୍ନୟନ ଅଧିକାରୀ , ଲିଗାଲ କନସୁଲେଟର ହବିବ ରହମନ ତଥା କଣାସ ବ୍ଲକର ସବୁ ବିଭାଗର ପ୍ରଶାସନ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ। ପ୍ରାୟ ୩୨ଜଣ ଶିଶୁଙ୍କ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ସିଧାସଳଖ ରାଜ୍ୟ ଶିଶୁ ଅଧିକାରିଣୀ ସୁଶ୍ରୀ ସନ୍ଧ୍ୟାରାଣୀ ପ୍ରଧାନ ଆଲୋଚନା କରିବା ସହିତ କଣାସ ବ୍ଲକର ବାକି ରହିଯାଇଥିବ ଅନେକ ଶିଶୁଙ୍କ ସମସ୍ୟା ସମ୍ପର୍କରେ ଗୁରୁତ୍ୱର ସହିତ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Nalco
Leave A Reply