Odisha news

ଉଜୁଡ଼ିଲା ଫସଲ ସହାୟତାକୁ ଅପେକ୍ଷା

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁନାର ଫସଲ ଉଜୁଡି ଯାଇଛି ।ଉଜୁଡ଼ା ଫସଲକୁ ଦେଖି ଚାଷୀ ସର୍ବାସାନ୍ତ  ହୋଇପଡ଼ିଥିବା ବେଳେ ଏବେ ଅପେକ୍ଷା କରିଛି ସରକାରୀ ସହାୟତାକୁ ।ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ଦୋକନ୍ଦା,ଦିବ୍ୟସିଂହପୁର,ବକୁ, ଦେଇପୁର, ଗଡ଼ଖାରଦ,ତ୍ରିଲୋଚନପୁର,ସାହୁପଡା ଭଳି କେତେକ ପଞ୍ଚାୟତରେ ଖରିପ ଧନ ଫସଲ ଜମିରେ ଅମଳ ପାଇଁ ରହିଥିବା ବେଳେ ସେ ସବୁ ପାଣିରେ ବୁଡି ନଷ୍ଟ ହୋଇଯାଇଛି ।ସେହିପରି ଗଡ଼ବଡପୁଟ, ଗଡ଼ସାନପୁଟ,ପାଣ୍ଡିଆକେରା ଭଳି କେତେକ ପଞ୍ଚାୟତରେ ଅର୍ଥକାରୀ ଫସଲ ଚୀନା ବାଦାମ ଛୋଟ ଛୋଟ ଗଛ ହୋଇଥିବାରୁ  ଏବେବି ପାଣିରେ ବୁଡି ରହି ସଢୁଛି ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି ।ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ମୁହଁରୁ  ବର୍ଷଯାକର ଆହର ଛଡାଇ ନେଇଛି ।ଏଭଳି ସ୍ଥିତିରେ ଚାଷୀ କିଭଳି ତାର ପରିବାର ପ୍ରତିପୋଷଣ କରିବ ଓ ଧାର କରଜ ସୁଝିବ ସେ ଚିନ୍ତା ଘଟିଛି ଚାଷୀ କୂଳକୁ ।ସରକାର ତୁରନ୍ତ କ୍ଷୟ କ୍ଷତି ଆକଳନ କରି ସହାତ ଯୋଗାଇ ଦେବା ପାଇଁ ଦୋକନ୍ଦା ସମିତିସଭ୍ୟା ପ୍ରତିନିଧି ରାଜେଶ ହରିଚନ୍ଦନ , ୱ୍ୟାଡ଼ସଭ୍ୟ ରଘୁନାଥ ଛୋଟରାୟ, ସଂଜିତ୍ ରାୟ ,ରାଧେଶ୍ୟାମ ବିଶ୍ବାଳ ଓ ଗୁନାନିଧିପତ୍ର ପ୍ରମୁଖ ଦାବୀ କରିଛନ୍ତି ।

Leave A Reply