Odisha news

କଣାସ ବ୍ଲକରେ  ଜନ ଅଭିଯୋଗ ଶୁଣାଣି

0

କଣାସ : ପୁରୀ ଜିଲ୍ଲା କଣାସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପକୃତିକ ବିପର୍ଜୟ ଓ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟ ଓମ୍ ପ୍ରକାଶ ମିଶ୍ର ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ କକଣାସ ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ସାହୁ,ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ,ଅଧକ୍ଷା ପ୍ରଭାତୀ ରାଉତ,ଉପାଦକ୍ଷ ଅଭିମନ୍ୟୁ ଜୟସିଂହ,ଜିଲ୍ଲାପରିଷଦ ସଭ୍ୟା ଲତାମଣି ଜଗଦେବ,ଆତ୍ମା ଅଧକ୍ଷ ବିଶ୍ବଭୂଷଣ ମଙ୍ଗରାଜ, ସହୁପଡ଼ା ସରପଞ୍ଚ ଭିକାରୀ ଚରଣ ବଳିଆରସିଂହ,ଭଗବାନ ସୁବୁଦ୍ଧି ,ଗୀତାଞ୍ଜଳି ସେଠୀ,ସ୍ୱାଗତିକା ପ୍ରଧାନ,ସସ୍ମିତା ସାମନ୍ତରାୟ,ଜଗବନ୍ଧୁ ସେଠୀ,ଝରଣା ମିଶ୍ର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟମାନେ ଯୋଗ ଦେଇଥିଲେ ।ଚଳିତ ବର୍ଷ ବନ୍ୟା ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ନେଇ କିଭଳି ଭାବରେ ସମସ୍ତ ବିଭାଗ କାର୍ଯ୍ୟ କରିବେ ସେନେଇ ମୁଖ୍ୟ ଆଲୋଚନା ହୋଇଥିଲା ।ତତ୍ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୨୩୯ ଜନ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ,ଜଳସମ୍ପଦ,ବିଦ୍ୟୁତ୍ ବିଭାଗ,ପାନୀୟଜଳ,କୃଷି ବିଭାଗ ,ଉଦ୍ୟାନ ବିଭାଗ,ପ୍ରାଣୀ ସମ୍ପଦ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ,ଖାଦ୍ୟ ଯୋଗାଣ,ପୂର୍ତ୍ତ ବିଭାଗ,ମହିଳା ଶିଶୁ ବିକାଶ ,ପୁଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ ବିଭାଗୀୟ ସମସ୍ତ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀଙ୍କ  ଉପସ୍ଥିତିରେ  ବନ୍ୟା,ବାତ୍ୟା,ବିପର୍ଯୟ  ସମ୍ପର୍କରେ ବିଧାୟକ ଓମ୍ ପ୍ରକାଶ ମିଶ୍ର ଆଲୋଚନା କରିଥିବା ବେଳେ  ଜନସାଧାରଣ ଅଭିଯୋଗ ଉପରେ ମଧ୍ୟ ସବୁ ବିଭାଗ ସହ ଆଲୋଚନା କରିଥିଲେ ।
ବିଧାୟକ କହିଥିଲେ କଣାସ ବ୍ଳକର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ସହ ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ତଥା ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ତୋରାନିତ କରିବା  ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ, ଏବିଡିଓ ମଙ୍ଗଳ ସିଂ ହେମ୍ରମ,ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ସିଡ଼ିପିଓ ସ୍ମିତା ମହାନ୍ତି,ସହ ଶିକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply