Odisha news

କଳକୀ ଅବତାରରେ କିଏ ହେବେ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର ରେ ପତ୍ନୀ

0

ବିଷ୍ଣୁ କଳିଯୁଗ ର ଶେଷ ସମୟ ବେଳକୁ ନିଜର ୧୦ମ ଅବତାର ରେ ଧରାପୃଷ୍ଠ ରେ ଅବତରଣ କରିବେ l ଏବଂ ଅଧର୍ମ ର ବିନାଶ କରି ଧର୍ମର ସ୍ଥାପନା କରିବେ l ପୁରାଣ ର ବର୍ଣନା ଅନୁସାରେ କଳକୀ ଗୋଟିଏ ବ୍ରାହ୍ମଣ ପରିବାର ରେ ଜନ୍ମ ନେବେ ଏବଂ ତାଙ୍କର ଗୁରୁ ରହିବେ ଭଗବାନ ପର୍ଶୁରାମ l ପର୍ଶୁରାମ ଭଗବାନ କଳକୀ ଙ୍କୁ ଅସ୍ତ୍ର ଶିକ୍ଷା ଦେବେ, ଆଜି ମଧ୍ୟ ପର୍ଶୁରାମ ଏହି ପୃଥିବୀ ପୃଷ୍ଠରେ ବିରାଜମାନ l

ଭଗବାନ ବିଷ୍ଣୁଙ୍କ ର କଳକୀ ଅବତାର ରେ ପିତାଙ୍କ ନାମ ହେବ ବିଷ୍ଣୁ ଯଶ ଓ ମାତାଙ୍କ ନାଁ ରହିବ ସୁମତୀ l

ବିଷ୍ଣୁଙ୍କର କଳକୀ ଅବତାର ଗୋଟିଏ ନିଷ୍କଳଙ୍କ ଅବତାର ହେବ l ହିନ୍ଦୁ ଧର୍ମଶାସ୍ତ୍ରର ମାନ୍ୟତା ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀରାମ ମା ସୀତା ଙ୍କୁ ଖୋଜି ଖୋଜି ଯାଇ ସମୁଦ୍ର କୂଳରେ ପହଁଚିଲେ ସେଠାରେ ତାଙ୍କୁ ଗୋଟିଏ କନ୍ୟା ଦେଖା ଯାଇଥିଲା l ଏବଂ ଉକ୍ତ କନ୍ୟାଟି ଧ୍ୟାନରେ ବସି ଥିଲା l ଶ୍ରୀରାମ ତାକୁ ନିଜର ପରିଚୟ ପଚାରି ଥିଲେ ସେ ନିଜର ପରିଚୟ ଦେଇ କହିଥିଲେ ଯେ ସେ ଶ୍ରୀରାମ ଙ୍କୁ ବିବାହ କରିବାକୁ ଚାହାନ୍ତି ତେଣୁ ତପସ୍ୟା କରୁଛନ୍ତି l

ଏହାପରେ ପ୍ରଭୁ ଶ୍ରୀରାମ କହିଥିଲେ ଏହି ଜନ୍ମରେ ମୁଁ ମର୍ଯ୍ୟାଦା ପୁରୁଷତ୍ତମ ଏବଂ ଗୋଟିଏ ପତ୍ନୀ ବ୍ରତା l ଏହାପରେ ଶ୍ରୀରାମ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ କଳିଯୁଗ ରେ ଯେତେବେଳେ କଳକୀ ଅବତାର ନେବି ସେତେବେଳେ ତାଙ୍କୁ ବିବାହ କରିବେ l ଭଗବାନ ବିଷ୍ଣୁ ଙ୍କର କଳକୀ ଅବତାରରେ ୨ଟି ପତ୍ନୀ ହେବେ ଜଣେ ଲକ୍ଷ୍ମୀ ରୁପି ପଦ୍ମା ଓ ଅନ୍ୟଟି ହେଉଛି ବୈଷ୍ଣବୀ , ଯିଏକି ଶକ୍ତି ରୁପି ଉମା ହେବେ l

ଶ୍ରୀରାଧା କଳିଯୁଗ ରେ ଆଉ ଗୋଟିଏ ଜନ୍ମ ନେବେ ଯେଉଁଥିରେ ତାଙ୍କ ନାମ ପଦ୍ମା ରହିବ ଏବଂ ସେ ବିଷ୍ଣୁ ଙ୍କୁ ବିବାହ କରିବେ l

Nalco

Leave A Reply