ମାଲକାନଗିରି (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମୋଟୁ ଥାନା ଅନ୍ତର୍ଗତ ଏମଭ-୭୫ ଗ୍ରାମରୁ ସରଜିତ ନାମ ଜଣେ ଯୁବକକୁ କାଳିଆ ଯୋଜନା ନାଁରେ ଚାଷୀଙ୍କ ଏକାଉଣ୍ଟ ଖାତାରୁ ଅଭନବ କୌଶଳରେ ଅର୍ଥ ଆତ୍ମସାତ କରି ଥିବା ଅଭିଯୋରେ ଆଜି ପୋଲିସ ଆସାମୀକୁ ଗିରଫ କରି ମାଲକାନଗିରି କୋର୍ଟ ଚାଲାଣ କରିଛି !
ଘଟଣାରୁ ପ୍ରକାଶ ଯେ,ମୋଟୁ ଥାନା ନିକଟସ୍ଥ ମାଡତାଳଗୁଡା ଗ୍ରାମକୁ ଏମଭି-୭୫ ଗ୍ରାମର ସରଜିତ ମଣ୍ଡଳ (୨୪) ଏବଂ ତାଂକ ସହ ୨ ଜଣ ସହଯୋଗୀ ଗତ ୨୪ ତାରଖ ଦିନ ଏକ ଧଳା ହୁଣ୍ଡାଇ କାରେର ଯାଇ ନିଜକୁ ଫିନୋ ବ୍ଯାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲା !କାଳଆ ଯୋଜନାରେ ଚାଷୀମାନଂକ ଏକାଉଣ୍ଟକୁ ସରକାରୀ ଟଂକା ଆସିବ କହି ଆଦିବାସୀମାନଂକ ବିଶ୍ବାସ ଭାଜନ କରି ୯୦ ଜଣଂକ ଠାରୁ ଜମିପଟା,ଆଧାର କାର୍ଡ,ରାସନ କାର୍ଡ,ବ୍ଯଂକ ପାସ ବୁକ୍ ମାଗିଥିଲା !ଫର୍ମ ପୂରଣ ବାବଦରେ ଜଣ ପିଛା ଶହେ ଟଂକା ଲେଖାଏଁ ୯ ହଜାର ଟଂକା ସିଧା ସଳଖ ସଂଗ୍ରହ କରିଥିବା ବେଳେ ୪୧ ଲୋକଂକର ଟିପ ଚିହ୍ନ ନେଇଥିଲା !
ସେହି ଦିନ ଅପରାହ୍ନରେ ୪୧ ଲୋକଂକ ଏକାଉଣ୍ଚରୁ ୯୧ ହଜାର ଟଂକା ଉଠାଣ ହୋଇଥିବା ବେଳେ ଏ ସଂପର୍କରେ ସରଜିତ ମଣ୍ଡଳ ଦେଇଥିବା ମୋବାଇଲ ନମ୍ବରରେ ଗ୍ରାମ ଲୋକମାନେ ଯୋଗା ଯୋଗ କରିଥିଲେ !ମାତ୍ର ସରଜିତ କୌଣସି ଲୋକର ମୋବାଇଲ କଲକୁ ରିସିଭ କରି ନଥିଲା !ଏ ସଂପର୍କରେ ଗାଁ ଲୋକମାନେ ମୋଚୁ ଥାନରେ ଅଭିଯୋଗ କଲା ପରେ ପୋଲିସ ଏମଭି-୭୫ ଗ୍ରାମରୁ ସରଜିତ ମଣ୍ଡଳକୁ ଗିରଫ କରଥିଲା !
ଏହା ବ୍ଯତୀତ ଆସାମୀ ନିକଟରୁ ଏକ ଲାପଟପ୍,ଏକ ମୋବାଇଲ୍ ଏବଂ ବହୁ କାଗଜ ପତ୍ର ଜବତ କରିଥିଲା !ସରଜିତ ବିପକ୍ଷରେ ମୋଟୁ ଥାନା କେଶ ନଂ:୫୦/୨୦୨୦ରେ ଦଫା୪୦୩/୪୦୬/୪୧୭/୪୧୯/୪୨୦/୩୪ ଏବଂ ୬୬ ଡି-ଆଇଟି ଆକ୍ଚରେ ମାମଲା ଋଜୁ କରା ଯାଇ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଥିବା ଡିଏସପି ପ୍ରହ୍ଲାଦ ମୀନା ପ୍ରକାଶ କରିଛନ୍ତି !ପ୍ରକାଶ ଥାଉ କି ସରଜି ତାର ପିଏନବି ଏକାଣ୍ଟକୁ ଗ୍ରାମବାସୀଂକ ୯୧ ହଜାର ଟଂକାକୁ ଟ୍ରାନ୍ସଫର କରିଥିବା ପୋଲ୍ସ ପ୍ରାଥମିକ ତଦନ୍ତରୁ ଜାଣି ପରିଛି !