ଭବାନୀପାଟଣା,୪/୮(ସକାଳ ଖବର)ପବିତ୍ର ସାହୁ:-କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତ ସ୍ଥିତ ବଡ଼ ଡୁଙ୍ଗୁରିଗୁଡା ଗ୍ରାମର ଧନୁ ସାହୁ ( ମୁନ୍ନା ) ପିତା – ଯୁଧିଷ୍ଠିର ସାହୁ ବୟସ ପ୍ରାୟତଃ ପଞ୍ଚlବନ ହେବ ସେ’ ଆଜି ନିଜର କୁଟୁମ୍ବକୁ ମଥା ଗୋଞ୍ଜିବା ପାଇଁ ଘର ଖଣ୍ଡେ ମଧ୍ୟ ନାହିଁ l ସରକାରଙ୍କ ଦ୍ଵାରା ଦିଆଯାଇଥିବା ଚାରି ଡ଼ିସିମିଲ ଜାଗାରେ ଗୋଟିଏ ନଡ଼ା , ଛପର ଘରକରି ରହି ଆସୁଥିଲେ l ଗତ ଆଠମାସ ତଲେ ତାଙ୍କର ନଡ଼ା ଘରେ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗେଇ ଦେଇ ଥିବାରୁ ଏହି ନଡ଼ା ଘରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା ଫଳରେ ତାଙ୍କର ଘରେ ଥିବା ଆସବା ପତ୍ର ଠୁଁ ଘରୋଇ ଉପକରଣମାନ ପୋଡ଼ି ହୋଇ ଯାଇଥିଲା l
ଏହି ବିଷୟରେ ସ୍ଥାନୀୟ ରାଜସ୍ୱ ଅଧିକାରୀ ଠୁଁ ତହସିଲଦାର ଯାଏ ସେ ଗୁହାରୀ କରି କରି ନିୟlନ୍ତ ହୋଇ ଯାଇଥିଲେ l ସମସ୍ତେ କେବଳ ପ୍ରତିସୁତି ହିଁ ଦେଇ ଚାଲି ଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି ଏହି ନିରୀହ ପରିବାର ଆଉ କେତେଦିନ ପ୍ରଶାସନ ଆଗରେ ଗୁହାରି କରିବେ l ସରକାର କରିଥିବା ମାଲ ମାଲ ଯୋଜନା ଗୁଡିକ କାହା ପାଇଁ l
ଏହି ନିରୀହ ଅସହାୟ ଆଉ କେବେ ପାଇବ ଘର ଖଣ୍ଡିଏ l କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ମାନ୍ୟତା ପାଇଥିବା ଗଜବାହାଲ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ ? ଦେଖି ଏହି ଉପାଧିରେ ଘୋଷିତ କରିଥିଲେ l ଏହି ପଞ୍ଚାୟତରେ ଧନୁ ସାହୁ ଭଲି ଆହୁରି ଅନେକ ନିରୀହ ଗରୀବ ଶ୍ରେଣୀର ଶୁକ୍ରୁ କୁମ୍ଭାର , ଶିଖର ଚରଣ ଗହୀର ବୋଲି ଅନେକ ଲୋକ ସରକାରୀ ସହାୟତରୁ ବଞ୍ଚିତ ଅଛନ୍ତି l ଓଡିଶା ସରକାରଙ୍କ ଦ୍ଵାରା ଗରୀବ କଲ୍ୟାଣ ଯୋଜନା ପାଇଁ ଦିଆଯାଉଥିବ ସହାୟତା ଗୁଡିକ ଠିକ ଉଦ୍ଧିଷ୍ଟ ପରିବାରକୁ ଯୋଗାଇ ଦେବା ପାଇଁ କର୍ଲlମୁଣ୍ଡା ବ୍ଲକର ପୁର୍ବତନ ଚେରମେନ୍ ତଥା ସମାଜସେବୀ ଶ୍ରୀନିବାସ ମିଶ୍ର ଜଣାଇଛନ୍ତି l
କେବଳ କାଗଜ କଲମରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ମାନ୍ୟତା ପାଇଲେ ହେବ ନାହିଁ ଜନସାଧାରଣଙ୍କ ଅସୁବିଧା ଦୂର କରି ଉଚିତ କାମ କଲେ ହିଁ ଏହି ମାନ୍ୟତା ଉଚିତ ଫଳପ୍ରଦ ହେବ ବୋଲି ଭଦ୍ର ବ୍ୟକ୍ତି ଓ ଜନ ସାଧାରଣ ଗଣମାଧ୍ୟମ ଆଗରେ ଜଣାଇଛନ୍ତି l ଗଜବାହାଲ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା PEO ଶ୍ରୀଯୁକ୍ତ ପାର୍ଥ ରଣା ଓ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସେମାନେ ଆଗକୁ ଉଚିତ ପଦକ୍ଷେପ ସହିତ ଏହି ଗରୀବ ଲୋକମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଓ ଆଦର୍ଶ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l
ଦେଖା ଯାଉ ଏହି ପ୍ରତିଶ୍ରୁତି ସଫଳ ହେବା ପାଇଁ ଆଉ କେତେଦିନ ଲାଗିବ
Comments are closed.