Odisha news

ମା ମଙ୍ଗଳା ଙ୍କ ପୀଠ ରେ ପାର୍ବଣ ପୂଜା ଆରମ୍ଭ

0
କାକଟପୁର 17/9 ମା ମଙ୍ଗଳା ମନ୍ଦିର ରେ ଟ୍ରଷ୍ଟ ବୋର୍ଡ଼ ତରଫରୁ ପାର୍ବଣ ର ନିତୀନିର୍ଘଣ୍ଟ କରାଯାଇ ସୂଚନା ଫଳକ ରେ ମରାଯାଇଛି,ଷୋଡଶ ଉପଚାର ପୂଜା ପଣ୍ଡା ଭାବେ ପ୍ରକାଶ କୁମାର ପଣ୍ଡା ଙ୍କୁ ମନ୍ଦିର ପୁରୋଧା ସୁରେଶ ଚନ୍ଦ୍ର ତ୍ରିପାଠୀ ସଂକଳ୍ପ କରାଇବା ପରେ ନିତୀକାନ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା,108 ସୁବାସିତ ଜଳ ରେ ହଳଦୀ, ଚୁଆ, ଅଗୁର,ଶ୍ରୀକର୍ପୁର,ମଥାଘସା, ଚନ୍ଦନ,ପ୍ରଭୁତି ପକା ଯାଇ ମନ୍ତ୍ରପାଠ ଦ୍ୱାରା ଶୋଧନ କରି ପାଳିଆ ପୂଜାପଣ୍ଡା ଷୋଡଶ ଉପଚାର ପୂଜାପଣ୍ଡା ଙ୍କୁ ସହସ୍ର କୁମ୍ଭାଭିଷେକ ଜଳରେ ମା ଙ୍କୁ ସ୍ନାନ ମାର୍ଜଣା କରାଯାଇଥାଏ,ଏଥି ପାଇଁ ମାହେନ୍ଦ୍ର ବେଳା ନିର୍ଘଟ ହୋଇଥିଲା,ଦିନ 1 ଘଣ୍ଟା 42 ମିନିଟ ଗତେ ଦିବା 3.14 ମଧ୍ୟରେ ମାହେନ୍ଦ୍ର ମୁହୂର୍ତ ଥବାରୁ ଷୋଡଶ ଦିନlତ୍ମକ ପୂଜା ସମୟ ଭିତରେ ସାରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା,26/9 ରେ ନବ ପତ୍ରିକା ପୂଜା ଏବଂ ନୂତନ ବେଶ ଆରମ୍ଭ ସକାଳେ ନାଲିକଲି ଓ ରାତ୍ର ରେ କଳା କଲି27/9 ମଙ୍ଗଳ ବାର ନାଲି କଲି ଓ ଭୁଜ ଲାଗି28/9କଳା କଲି ବେଶ ବା ପାଦପଦ୍ମ ଓ ଭୁଜ ଲାଗି ବେଶ29/9 ପଞ୍ଚମୀ ପୂଜା ବା ରଘୁନାଥ ବେଶ ନାଲି ତୀରଣ ଲାଗି, ଧନୁତୀର ଲାଗି ବେଶ 30/9 ଶାଶ୍ୱତୀ ପୂଜା ବା ଷଷ୍ଠୀ ପୂଜା କର୍ତ୍ତlୟିନୀ ବେଶ, ତୀର ଲାଗି କଳା କଲି ବେଶ 1/10ସପ୍ତମୀ ପୂଜା ଓ ସିଂହ ବାହିନୀ ବେଶ ଧନୁ ତୀର ଲାଗି ନାଲି ତୀରଣ ବେଶ, 2/10 ଅଷ୍ଟମୀ ପୂଜା ଓ ମହିଷା ମର୍ଦ୍ଦନି ବେଶ କଳା ତୀରଣ ବେଶ ହୋମ କୁସ୍ମାଣ୍ଡ ବଳୀ ରାତ୍ର ୨ ଘଟିଜ 18 ମିନିଟ ପରେ 5,40 ଭିତରେ 3/10 ସୋମବାର ନବମୀ ପାଇଁ ମହା ସ୍ନାନ ଏକ ଦିନାତ୍ମକ ଷୋଡଶ ଉପଚାର ପୂଜା ଓ ରାତ୍ରି ରେ ଶାନ୍ତି ହୋମ ହୋଇଥାଏ,ସିଂହ ବାହିନୀ ବେଶ ଦେଖିବାକୁ ଭକ୍ତ ଙ୍କ ଗହଳି କୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ପାଇଁ ସୁ ଵେବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ଅଧିକାରୀ କହିଛନ୍ତି l
Leave A Reply