କାକଟପୁର 28/6 ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ତ କୁଣ୍ଢେଇ ଗ୍ରାମପଞ୍ଚାୟତ ବାଜପୁର ଗାଁର ସର୍ପ ଧରାଳି ବ୍ରଜ କିଶୋର ସାହୁଙ୍କ ଘରେ ତମ୍ପ ୧୯ ଟି ତମ୍ପ ଛୁଆ ଜନ୍ମ ନେଇଛନ୍ତି l ଖବରରୁ ପ୍ରକାଶଯେ କୋଣାର୍କର ଏକ ବ୍ୟକ୍ତିଙ୍କ ଘରୁ ଆଜକୁ ୨ ମାସ ତଳେ ସର୍ପଧରାଳି ବ୍ରଜ କିଶୋର ସାହୁ ଏକ ବିରଳ ଜାତିର ବିଷଧର ତମ୍ପ ସାପକୁ ରାତିରେ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଡବାରେ ପୁରାଇ ଘରକୁ ଆଣିଥିଲେ l ରାତି ପାହିଲେ ଜଙ୍ଗଲ ବିଭାଗକୁ ସୂଚନା ଦେଇ ସର୍ପକୁ ଜଙ୍ଗଲରେ ଛାଡିଥାନ୍ତେ l ମାତ୍ର ସକାଳୁ ଦେଖିବା ବେଳକୁ ପ୍ଲାଷ୍ଟିକ ଡ଼ବାରେ ଥିବା ତମ୍ପ ସାପ ୧୯ ଟି ଅଣ୍ଡା ଦେଇଛି l ଉକ୍ତ ସାପଟିକୁ ଜଙ୍ଗଲରେ ଛାଡି ଅଣ୍ଡା ଗୁଡିକୁ ବ୍ରଜ ଅତି ଯତ୍ନର ସହ ଡବାରେ ଛୁଆ ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ l ବ୍ରଜଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି , ଡ଼ବାରେ ଥିବା ସାପ ଅଣ୍ଡା ଫୁଟି ଛୁଆ ଜନ୍ମ ନେଇଛନ୍ତି l ଜନ୍ମିତ ସାପ ଛୁଆକୁ ଆଜି ଜଙ୍ଗଲ ବିଭାଗକୁ ସୂଚନା ଦେଇ ବ୍ରଜ ନିକଟସ୍ଥ ଗୋଲାରଗଡ଼ ଜଙ୍ଗଲରେ ଛାଡିଛନ୍ତି l ବ୍ରଜଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l