ମହିଳା କଲେଜକୁ ଛାତ୍ରୀ ପାଠପଢିବାକୁ ଆସି ଯୁବକ ଦ୍ଵାରା ଅପହରଣର ଏକ ମାସ ବିତିଲାଣି ଥାନାରେ ଅଭିଯୋଗ ପରେ ପୋଲିସ କେଶ ରୁଜୁ କରି ଚୁପ ହୋଇ ବସିଛି, ଶେଷରେ ଝିଅ କୁ ପାଇବା ପାଇଁ ବାପା ମା (ଏ ସ ପି )ଙ୍କୁ ଗୁହାରିକଲେ
କାକଟପୁର ତା 23/4 କାକଟପୁର ଥାନା ଅଧିନସ୍ତ ମୂଳାଗଡ଼ ଛକ ଠାରେ ଥିବା ଏକ ମହିଳା କଲେଜର ଜନୈକା ନାବାଳିକା (17)ବର୍ଷ ର ଛାତ୍ରୀ ଛଦ୍ମନାମ (ମିଟିଲି )କୁ ପଥରପକା ଗ୍ରାମର ଜନୈକ ଯୁବକ ବଳ ପୂର୍ବକ ଅପହରଣ କରି ନେଇଯାଇଛି ବୋଲି କାକଟପୁର ଥାନାରେ ଅପହୃତା ନାବାଳିକାର ମା ଅଭିଯୋଗ କରିଛନ୍ତି l ଥାନା ପୁଲିସ କେବଳ ଅପହୃତ କରିଥିବା ଯୁବକଙ୍କ ନାମରେ ମାମଲା ରୁଜୁ କରି ଦେଇ ଚୁପ ହୋଇ ବସିଛି ବୋଲି ନାବାଳିକାର ମା ଦୁଃଖର ସହ ପ୍ରକାଶ କରିଛି l ନାବାଳିକା କଲେଜ ଛାତ୍ରୀ ଜଣକ ଗତ ମାସ (21) ତାରିଖରେ କଲେଜ ପାଠ ପଢାସାରି ଘରକୁ ଫେରୁଥିବା ବେଳେ ପଥରପକା ନଦୀ ବନ୍ଧ ଉପରୁ ପଥରପକା ଗ୍ରାମର ବିଜୁ ମଲ୍ଲିକ ସାନପୁଅ ମୁନା ମଲ୍ଲିକ ଜୋର ଜବରଦସ୍ତ ମୋଟର ସାଇକଲରେ ବସାଇ ଅପହରଣ କରିନେଇଛି ବୋଲି ଥାନାରେ ଅଭିଯୋଗ ହୋଇଛି l ଆଜକୁ ଏକ ମାସ ଧରି ଥାନା ରେ ଅଭିଯୋଗ ହୋଇଥିଲେ ସୁଧା ପୋଲିସ କେବଳ ମାମଲା ରୁଜୁ କରି ଦେଇ ଚୁପ ହୋଇ ବସିଛି ବୋଲି ନା ବାଳିକା ର ବାପା, ମା ଅଭିଯୋଗ କରିଛନ୍ତି l ଏଠାରେ ସୂଚନା ଯୋଗ୍ୟକି ଅପହୃତା ନାବାଳିକାର ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନସ୍ତ ଓଷକଣା ଗ୍ରାମରେ l ଏସଂକ୍ରାନ୍ତରେ କାକଟପୁର ଥାନାରେ (56/2022ଦଫା 363) ରେ ଏକ ମାମଲା ମୁନା ମଲ୍ଲିକ ନାମରେ ରୁଜୁ କରାଯାଇଛି l ଝିଅ କୁ ଉଦ୍ଧାର କରିବା ପାଇଁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ବାପା, ମା ଆକୁଳ ନିବେଦନ କରିଛନ୍ତି l