Odisha news

ନାଲିକଲି ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

0
କାକଟପୁର  4/10,କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି। ମା ମଙ୍ଗଳା ରାଜ୍ୟ ର ଅଷ୍ଟଚଣ୍ଡି ଙ୍କ ମଧ୍ୟରେ ଗଣା ଯାଉଥିବାରୁ ପ୍ରତିଦିନ ମନ୍ଦିର ରେ ମାତୃଭକ୍ତ ଙ୍କ ସମାଗମ ହେଉଛି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି ରେ ମା ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବା ସହିତ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା। ମନ୍ଦିର ମୁଖଶାଳା ଠାରେ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ଵାରା ପ୍ରତିଦିନ ସପ୍ତସତୀ ଚଣ୍ଡୀ ପାଠ କରାଯାଉଥିବାବେଳେ ପାରମ୍ପରିକ ପ୍ରଥା ଅନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରାଯାଉଛି। ଏଥି ମଧ୍ୟରେ ମନ୍ଦିର ରେ ମା ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି।  ମା ଙ୍କ ନିକଟରେ ପାଦପଦ୍ମ ଲାଗି ହେବା ସହିତ ମା ଙ୍କୁ ନାଲିକଲୀ ବେଶ ରେ ସଜ୍ଜିତ କରାଯାଇଥିଲା । ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯିବ ବୋଲି କହିଛନ୍ତି ସେବାୟତ ନିଯୋଗ ଉପସଭାପତି ତଥା ସେବାୟତ କମଳ ଲୋଚନ ଦୀକ୍ଷିତ  । ଶୁକ୍ରବାର ଦିନ  ମା’ଙ୍କର  ନାଲି କଲି ବେଶ ,୬ ତାରିଖ ରେ କଳାକଲି ବେଶ ଓ ରତ୍ନଗିରି ବିଜେ, ୭ ତାରିଖରେ ମା ଙ୍କ ଭୁଜଲାଗି ଓ ତୀର କମାଣ ବା ରଘୁନାଥ ବେଶ,୮ ତାରିଖରେ କାତି ଖର୍ପର ବା କାତ୍ୟାୟିନୀ ବେଶ,୯ ତାରିଖ ରେ ପ୍ରସିଦ୍ଧ ସିଂହ ବାହିନୀ ବେଶ, ୧0 ତାରିଖରେ ମହିଷାମର୍ଦ୍ଦିନୀ ବେଶ, ସନ୍ଧି ପୂଜା ଓ କୁସ୍ମାଣ୍ଡ ବଳି,୧୧ ତାରିଖରେ ସହସ୍ରା କୁମ୍ଭାଭିଷେକ,ଷୋଡଶ ଉପଚାର ପୂଜା ଓ ଶାନ୍ତିବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୨ ତାରିଖରେ ପୀଠେ ଦଶହରା ଓ ସ୍ୱମେଶ୍ୱର ମନ୍ଦିରରେ ହରଦୁର୍ଗା ଭେଟ ହୋଇ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ ବୋଲି ମା ଙ୍କ ପୂଜକ ତଥା ସେବାୟତ ନିଯୋଗ ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ ସୂଚନା ଦେଇଛନ୍ତି।

Leave A Reply