ଦାନଗଦି : କଳିଙ୍ଗନଗର ଶିଳ୍ପ ରାଜଧାନୀ।ଏଠାରେ ୧୫ରୁ ଉର୍ଦ୍ଧ କାରଖାନା ସ୍ଥାପିତ ହୋଇଛି।ଦିନ କୁ ଦିନ କଳିଙ୍ଗ ନଗର ଅଞ୍ଚଳରେ ବାୟୁ,ଜଳ ପ୍ରଦୂଷଣ ବଢି ଚାଲିଛି ଓ କାରଖାନା ଚତୁରପାର୍ଶ୍ଵରେ ଜନସାଧାରଣ ବିଭିନ୍ନ ରୋଗର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି।ଶୁକ୍ରବାର ଦିନ କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଆଉ ଏକ ଟିୱାଇକେସିଆଇ ନାମକ ଏକ ନୂତନ କାରଖାନା ଉଦଘାଟନ ହୋଇଛି।କିନ୍ତୁ ଏଠାରେ କୌଣସି ସ୍ଥାନରେ ଜନପ୍ରତିନିଧି ଖୋଜାଯାଇନି। ଏହା କୁ ନେଇ ଜଖପୁରା ପଞ୍ଚାୟତର ସରପଞ୍ଚ ଅରୁଣ ଜ୍ୟୋତି ସାମଲ ଓ ପଞ୍ଚାୟତର ୱାର୍ଡ ମେମ୍ବର ଉପସ୍ଥିତରେ ପଞ୍ଚାୟତ ପରିସରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଛନ୍ତି।ସରପଞ୍ଚ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେକୌଣସି ନୂତନ କାରଖାନା ଉଦଘାଟନ ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି ଖୋଜାଯାଏ କିନ୍ତୁ କାହିଁକି ଏଠାରେ ବିଚୁତି କରିଛନ୍ତି।ନୂତନ କାରଖାନା ହେଇଛି ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ଅଲୋଡା ନେଇ ଜିଲ୍ଲା ପ୍ରଶାସନ ଓ ଟିୱାଇକେସିଆଇ କାରଖାନା ଉପରେ ଦୋଷ ଦେଇଛନ୍ତି।ଏବିଷୟକୁ ନେଇ ଜଖପୁରା ପଞ୍ଚାୟତର ତରଫରୁ ଜିଲ୍ଲାପାଳଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି। ଯଦି କିଛି ପଦେପକ୍ଷ ନହୁଏ ତାହାଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ ସହ କାରଖାନାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଉକ୍ତ ସମ୍ମିଳନୀରେ ଯଖପୁରା ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ।
