କାକଟପୁର : କାକଟପୁର ଅଧିଷ୍ଠାତ୍ରୀ ମା ମଙ୍ଗଳା ଙ୍କ ଝାମୁଁ ଯାତ୍ରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଗ୍ରୁପ ର ସଭାପତି ଦୀନବନ୍ଧୁ ନାୟକ, ନମିତା ରାଉତ, ବୃନ୍ଦାବନ ଭୋଳ ଓ ଗୟାସ ଭାଇ ଙ୍କ ନେତୃତ୍ୱରେ ଭକ୍ତ ମାନଙ୍କୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇ ଥିଲା l ସଞ୍ଜୟ ନାୟକ, ରତ୍ନାକର ବେହେରା, ଅନୁୟର ଖାଁ, ଓରଫନ ଖାଁ, ଅବଦୁଲ ଖାଲିଖାଁ, ଉଲ୍ଲାସ ସାହୁ ଓ ଦୁଷ୍ମନ୍ତ କାଣ୍ଡି, ପ୍ରମୁଖ ସହଯୋଗ କରିଥିଲେ, ରାଜ୍ୟ ସ୍କାଉଟସ ଓ ଗାଇଡ଼ମ ଓଡିଶା ଭୁବନେଶ୍ୱର ସହାୟତା ରେ ମଙ୍ଗଳା ମହାବିଦ୍ୟାଳୟ ର ରୋଭର ଲିଡର ଅଧ୍ୟାପକ ସୁବ୍ରତ କୁମାର ନାୟକ, ଅଧ୍ୟାପିକା ରାଜଶ୍ରୀ ପ୍ରଧାନ, ବିଜେଡି ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଙ୍କ ନେତୃତ୍ୱରେ ସମ୍ପଦ କୁମାର ପଣ୍ଡା, ପ୍ରଫୁଲ୍ଲ ରଥ,ପ୍ରସନ୍ନ ପ୍ରହରାଜ, ପ୍ରଭାତ ସ୍ୱାଇଁ,ସାଇବାବା ଜଗତ କଲ୍ୟାଣ ଟ୍ରଷ୍ଟ, ଯାହାନ ପବ୍ଲିକ ସ୍କୁଲ, ଜାଭିୟର ଇଂଲିଶ ମିଡିୟମ ସ୍କୁଲ, ଧର୍ମପଦ ସଂଗଠନ କୋଣାର୍କ, ପରିଡ଼ା କ୍ରଷ୍ଟକ୍ସନ ଓ ତାଳଦା ଗ୍ରାମ ପଂଚାୟତ ସରପଞ୍ଚ ଇଂ ଦିପକ ପରିଡ଼ା, କାକଟପୁର ଗ୍ରାମ ପଂଚାୟତ ସରପଞ୍ଚ ଅଭୟ ସେଠୀ, ଅଖିଳ ଭାରତ ବଦ୍ୟାର୍ଥୀ ପରିଷଦ, ପ୍ରାଚୀ ମହାବିଦ୍ୟାଳୟ ବାଙ୍ଗୁରୀଗାଁ ବିଶ୍ଵକର୍ମା ସଙ୍ଘ ଦହି ପଣା ବାଣ୍ଟି ଥିବା ବେଳେ, ରାମକୃଷ୍ଣ ଶିଶୁମନ୍ଦିର ପକ୍ଷରୁ ଭକ୍ତ ମାନଙ୍କୁ ନିଶୁକ୍ଳ ପ୍ରସାଦ ବଣ୍ଟନ କରାଯାଇଥିଲା l