Odisha news

ପୋଲିସ ର ଅତର୍କିତ ଚଢ଼ାଉ 5ଜଣ ୱାରେଣ୍ଟି ଆସାମୀ ଗିରଫ ପରେ କୋର୍ଟ ଚାଲାଣ.

0
କାକଟପୁର 7/5-କାକଟପୁର ପୋଲିସ ର ରାତ୍ର ପାଟ୍ରୋଲିଙ୍ଗ ଅପରାଧୀ ଙ୍କ ପାଇଁ କାଳ ହେଲା,ବନ୍ଧା ହେଲେ 5 ଜଣ ୱାରେଣ୍ଟି ଆସାମୀ, ଦୀର୍ଘ ଦିନ ହେବ ବିଭିନ୍ନ ଅପରାଧ ରେ ଜଡିତ ଥାଇ ପୋଲିସ କୁ ଚକମା ଦେଖାଇ ଲୁଚି ରହିଥିବା ଅପରାଧୀ  ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗତ କାଲି ରାତିରେ ଧରା ପଡିଛନ୍ତି, କାକଟପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଚଢ଼ାଉ କରିବାରେ ପୋଲିସ 5ଜଣ ଆସାମୀ  କୁ ଧରିବାରେ ପୋଲିସ ସଫଳ ହୋଇଛି ଖବର ନେବାରୁ ଜଣା ପଡିଛି ଜେ ଗିରଫ ହୋଇଥିବା କଟକଣା ଗ୍ରାମର ଶେଖ ରିଯୁଆନ. ଉଦ୍ୟନାଥ ପୁରର କୈଳାସ କାଣ୍ଡି, ବଂଶୀଧର ପୁର ଗ୍ରାମର ଅରୁଣ ତ୍ରିପାଠୀ, ଦହିଖିଆ ଗ୍ରାମର ନଟବର ସ୍ୱାଇଁ ଓ କଳ୍ପନା ସ୍ୱାଇଁ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି. ରାତ୍ର ପେଟ୍ରୋଲିଙ୍ଗ ଙ୍କୁ ଜୋରଦାର କରାଯିବାରୁ ଅପରାଧୀ ଙ୍କ ମଧ୍ୟରେ ଛନକା ପଶିଛି.
Leave A Reply