Odisha news

ଚୈତ୍ର ପୂ୍ଣ୍ଣିମାରେ “ଚଇତି ପରବ ଓ ଚଇତି ଘୋଡ଼ାନାଚ ” କୈବର୍ତ୍ତ ସମ୍ପ୍ରଦାୟ ଲୋକଙ୍କ ଏକ ନିଆରା କୌଳିକ ପରମ୍ପରା ।

0

କାକଟପୁର ତା ୦୬/୦୪,କାକଟପୁର ବ୍ଲକ ଅସିଜଙ୍ଗା ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ନିଆରା ଢଙ୍ଗ ରେ ପାଳିତ ହୋଇଯାଇଛି l  ଯେଉଁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଚିତ୍ର ନକ୍ଷେତ୍ର ଯୁକ୍ତ ହୁଅନ୍ତି।ସେହି ପୂର୍ଣ୍ଣିମାକୁ ଚୈତ୍ର ପୂ୍ଣ୍ଣିମା କୁହାଯାଏ। ଏହି ଚଇତି ପୁନେଇ ହେଉଛି ଓଡ଼ିଆ କୈବର୍ତ୍ତ ମାନଙ୍କର ଶ୍ରେଷ୍ଠ ପର୍ବ। ଏହି ପର୍ବ ରେ ସେମାନେ ଅଶ୍ଵମୁଖୀ ବାସେଳି ମା ଙ୍କର ପୂଜା କରନ୍ତି। ଚୈତ୍ର ପୂର୍ଣ୍ଣିମା ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ନିଜ ଅଞ୍ଚଳ ରେ ପାଖ ପଡୋଶୀ ଗାଁ ରେ ବୁଲି ବୁଲି ଘୋଡ଼ା ନାଚ କରନ୍ତି। ଏହି ଘୋଡ଼ା ନାଚ ଗାୟକ ଚଢ଼େଇଆ, ଚଢ଼େଇଆଣି , ମହୁରିଆ ଓ ଢୋଲକିଆ ଙ୍କ ମାଧ୍ୟମ ରେ ଲୋକଗୀତ ଓ ନୃତ୍ୟ ପରିବେଷଣ କରାଯାଏ। ପୂର୍ଣ୍ଣିମା ଦିନ କୈବର୍ତ୍ତ ମାନେ ଘର ଦ୍ଵାର ଲିପା ପୋଛା କରି ଚିତା ଲେଖନ୍ତି।ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ନୂଆ ଲୁଗା, ପିଠା , ମାଛ ରେ ପ୍ରସ୍ତୃତ୍ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଭେଟି ଦିଅନ୍ତି।

ଡଙ୍ଗା ଓ ବୋଇତ ରେ ଫୁଲ ଚନ୍ଦନ, ସିନ୍ଦୂର ଧୂପ ଓ ଦୀପ ଦେଇ ପୂଜା କରାଯାଏ।ଛେନା, ଗୁଡ଼,ନଡ଼ିଆ, କଦଳୀ କ୍ଷୀର ଓ ଦହି ଆଦି କରି ପଣା କରି ଲାଗି କରାଯାଏ। ଓ ବିଶେଷ ଭାବେ ଇଷ୍ଟ ଙ୍କ ପାଖରେ ପୋଡ଼ା ମାଛ ଭୋଗ କରାଯାଏ। ଦିନରୁ ମା ମଙ୍ଗଳା ଙ୍କ ଠାରେ ଅଶ୍ଵ ମୁଖୀ ବାସେଳି ଙ୍କୁ ସମର୍ପଣ କରି ଆଣି ଘୋଡ଼ାମଣ୍ଡା ଯାଏ। ତାପରେ ଘୋଡ଼ା ନାଚ ଶୁଭାରମ୍ଭ ହୁଏ। ବିଶେଷ କରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଯଥା ପୁରୀ , କଟକ ,ଜଗତସିଂହପୁର , ବାଲେଶ୍ଵର ଓ ଗଞ୍ଜାମ ଜିଲ୍ଲାର କୈବର୍ତ୍ତ ମାନେ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି। ଅସିଜଙ୍ଗା ଗ୍ରାମରେ ମା ବାସୁଲେଇ ଙ୍କ ପୀଠରେ ବହୁ ଆଡମ୍ବର ସହକାରେ ପାଳନ ହୋଇ ଅଛି। ଏଥିରେ ଗ୍ରାମର ସୁନାମ ଧନ୍ୟ ଅନେକ  ଅନୁଷ୍ଠାନ ରୁ ପୁରସ୍କୃତ ଘୋଡ଼ା ନାଚ ଗାୟକ କପିଳ ବେହେରା, ସହଦେବ ବେହେରା, ଈଶ୍ୱର ବେହେରା, ଗୌରାଙ୍ଗ ବେହେରା ଓ ତାଙ୍କ ଟିମ୍ ଙ୍କ ଦ୍ଵାରା ଘୋଡ଼ାନାଚ ପରିବେଷଣ କରାଯାଇ ଗ୍ରାମ ବାସୀଙ୍କ ଦ୍ଵାରା ଚୈତ୍ର ପର୍ବ ପାଳନ କରାଯାଇ ଅଛି।

Leave A Reply