କାକଟପୁର ତା ୭/୧, ପୁରୀଜିଲ୍ଲା କାକଟପୁରର ମେଡିକାଲ ଛକ ଠାରେ ଶନିବାର ଦିନ ଏଚ.ଡି.ଏଫ.ସି.ବ୍ୟାଙ୍କର ଏକ ନୂତନ ଶାଖା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି l କାକଟପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ରୀଡା, ଯୁବବ୍ୟାପାର, ସୂଚନା ପ୍ରଯୁକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଏଚଡ଼ିଏଫସି ବ୍ୟାଙ୍କର ଓଡିଶା ଜୋର୍ନାଲ ମୁଖ୍ୟ ଦିପକ ସିଂ, କ୍ଲଷ୍ଟର ହେଡ଼ ଅର୍ଜୁନାନନ୍ଦ ବାଘ, ଶାଖା ପରିଚାଳକ ମହମ୍ମଦ ରିୟାଜ ଆଲାମ, ଅପରେସନ ମୁଖ୍ୟ ପର୍ଶୁରାମ ବାରିକ, ପର୍ସନାଲ ବ୍ୟାଙ୍କର ନିହାର ପଟେଲ, ଗ୍ରାହକ ସେବା ଅଧିକାରୀ ପବିତ୍ର ଦୀକ୍ଷିତ କେତେକ ଗ୍ରାମ ପଞ୍ଚାୟତ ର ମହିଳା ସୋୟଂ ସହାୟକ ଗୋଷ୍ଟି ର ମହିଳା ମାନେ ଉପସ୍ଥିତ ଥିଲେ। ଏଚଡିଏଫସି ବ୍ୟାଙ୍କ ଓଡ଼ିଶାର ବିଭିନ୍ନ ଶାଖାରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଆସିଥିବା ବେଳେ କାକଟପୁର ଅଞ୍ଚଳରେ ଗ୍ରାହକ ମାନଙ୍କୁ ଉପଯୁକ୍ତ ସେବାଯୋଗାଇ ବ୍ୟାଙ୍କ ତାର ସଫଳ ବ୍ୟବସାୟିକ ପାରଦର୍ଶିତାପ୍ରଦର୍ଶନ କରିବ ବୋଲି କାକଟପୁର ଏଚଡ଼ିଏଫସି ବ୍ୟାଙ୍କଶାଖା ପରିଚାଳକ ରିୟାଜ ଆଲାମ ପ୍ରକାଶ କରିଥିଲେ।ଅପର ପକ୍ଷରେ ଗ୍ରାମାଞ୍ଚଳର ଚାଷୀ ମାନଙ୍କୁ କମ ସୁଧରେ ଋଣ, ସୁନା ଋଣ ଓ ଗାଡି ଋଣ ସାଙ୍ଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ଙ୍କୁ ଋଣ ଯୋଗାଇ ଗ୍ରାମାଞ୍ଚଳ ହିତାଧିକାରୀ ମାନଙ୍କ ନିକଟରେ ବେଶ ଆଦୃତ ହୋଇପାରିବ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l ପ୍ରଥମ ଦିବସରେ ବିଭିନ୍ନ କିସମ ର ରୁଣ ଦିଆଯାଇଥିଲା l