କାକଟପୁର ୨/୨ ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ସମ୍ମିଳନୀ ବାମନାଳ ନିକଟସ୍ଥ ଆମ୍ବିଳିହଣା ଓଲମରା ତ୍ରିନାଥଦେବ ଆଂଚଳିକ ପାଲା ସଂଗଠନ ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୪୨ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁପୂଜା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହଯୋଗିତା ପାଲା ପରିବେଷଣ କରାଯାଇଥିଲା। ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପାଲାକାର ମାନଙ୍କ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ର ଶତାଧିକ ଗାୟକ, ବାୟକ ଓ ପାଳିଆ ମାନେ ଯୋଗ ଦେଇ ଥିଲେ। ପରିଷଦର କର୍ମକର୍ତ୍ତା ମନୋନୟନ ସର୍ବସମ୍ମତିକ୍ରମେ ନିମ୍ନ ମତେ ସଂପନ୍ନ କରାଯାଇଥିଲା। ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ସଭାପତି, ଗାୟକ ମନୋଜ ମିଶ୍ର ଉପସଭାପତି, ପ୍ରଭାତ ସାହୁ ସାଧାରଣ ସମ୍ପାଦକ, ଲମ୍ବୋଦର ବେହେରା ଓ ପ୍ରମୋଦ ସାହୁ ସହ ସଂପାଦକ, ମଙ୍ଗରାଜ ଵିଶ୍ୱାଳ ସାଂସ୍କୃତିକ ସଂପାଦକ, ରାଜକିଶୋର ମୁଦୁଲି କୋଷାଧ୍ୟକ୍ଷ, ବିଭୁତି ଭୁଷଣ ଦାଶ ସଂଗଠନ ସଂପାଦକ, ଗାୟିକା ପ୍ରତିନିଧି ବିଷ୍ଣୁପ୍ରିୟା ପଣ୍ଡା, ଵାୟକ ପ୍ରତିନିଧି ଲକ୍ଷ୍ମୀଧର ସ୍ୱାଇଁ, ପାଳିଆ ପ୍ରତିନିଧି ପ୍ରକାଶ କୁମାର ପ୍ରଧାନ ଓ ଉପଦେଷ୍ଟା ମଣ୍ଡଳୀ ରେ ଗାୟକ ସୁଦର୍ଶନ ମହାପାତ୍ର, ଚକ୍ରଧର ବାରିକ, ଯୁଧିଷ୍ଠିର ପରିଜା, ବଳଭଦ୍ର ପଣ୍ଡା, ଙ୍କୁ ପୂର୍ବ ପରି ପରିଷଦ ରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରିଷଦ ର ୧୦୮ ଜଣ କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ନଵ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପରିଷଦ ର ସ୍ଥାୟୀ ସଭାପତି ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଅଭିନନ୍ଦନ ଜଣାଇଛନ୍ତି। ତ୍ରିନାଥ ଦେଵ ଆଂଚଳିକ ପାଲା ସଂଗଠନ ର ଅକୁଣ୍ଠ ସହାୟତା ନିମିତ୍ତ ଜିଲ୍ଲାପରିଷଦ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।