Odisha news

ଜିଉନ୍ତି ଈଶ୍ୱରନାଥ ମନ୍ଦିର ପ୍ରାଙ୍ଗଣରେ ସମୂହ ହନୁମାନ ଚାଳିଶା ପାଠ

0
କାକଟପୁର  ୭/୧୧,ପୁଣ୍ୟତୋୟା ପ୍ରାଚୀନଦୀ ତଟସ୍ଥ ପ୍ରସିଦ୍ଧ ଶୈବପୀଠ  ଜିଉନ୍ତି ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଈଶ୍ୱରନାଥ ମହାଦେବଙ୍କ ମନ୍ଦିରରେ ଏବେ ହନୁମାନ ମୟ ପରିବେଶ ସାଙ୍ଗକୁ ଆଧ୍ୟାତ୍ମିକ ଭାବ ଧାରା ଗ୍ରାମୀଣ ପରିବେଶକୁ ଉତ୍ସବ ମୁଖର କରିଛି l ପବିତ୍ର ପଞ୍ଚୁକ ଚତୁର୍ଦ୍ଦଶୀ ତିଥିରେ ଈଶ୍ୱରନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସିଦ୍ଧ ମହାବୀରଙ୍କ ନିକଟରେ ଶତାଧିକ ଗ୍ରାମବାସୀଙ୍କ ସମେତ ଛୋଟ ଛୋଟ ପିଲାମାନଙ୍କ ଦ୍ୱରା ହନୁମାନ ଚାଳିଶା ପାଠ କରାଯାଇଛି l ପ୍ରାତଃରୁ ଗ୍ରାମର ପୁରୁଷ ଓ ମହିଳା ମାନେ ମନ୍ଦିରରେ ପ୍ରଭୁ ମହାବୀରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ହନୁମାନଙ୍କ ସ୍ତବ ପାଠ କରିଥିଲେ l ସକାଳୁ ସକାଳୁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ପ୍ରଭୁ ମହାବୀରଙ୍କୁ ଖିରୀ, ଖେଚୁଡ଼ି, ଭଜା ଓ ଶାଗ ଆଦି ପ୍ରସାଦ ନୈବେଦ୍ୟ କରାଯିବାପରେ ସମୂହ ଗ୍ରାମବାସୀ ପ୍ରସାଦ ସେବନ କରିଥିଲେ l
Leave A Reply