କାକଟପୁର ,6/10 କାକଟପୁର ଥାନା ପୋଲିସ ବଲରା ବ୍ରିଜ଼ ଉପରୁ ଏକ ଅଟୋ ରୁ ବ୍ରାଉନ ସୁଗାର ଜବତ କରିବା ସହ ଚାଳକ କୁ ଗିରଫ କରିଛି l କୌଣସି ସୂତ୍ରରୁ ଖବର ପାଇ ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକ ସଦଳବେଳେ ପୋଲିସ ଫୋର୍ସ ସହ ବଲରା ବ୍ରିଜ଼ ଉପରେ (ORO2 6119) ଅଟୋକୁ ଅଟକାଇ ସେଥିରୁ (34) ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଚାଳକ ଶେଖ ଅମୀର ଗିରଫ କରି ଆଉ କିଏ ଏଥିରେ ଅଛନ୍ତି ତାକୁ ଥାନା କୁ ଆଣି ଜେରା କରୁଛନ୍ତି l ଏ ସଂକ୍ରାନ୍ତରେ କେଶ ନଂ 203/22 (21) ବି ଏନ ଡି ପି ଏସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି l ଆସନ୍ତା କାଲି ଆସାମୀ କୁ କୋର୍ଟ ଚାଲାଣ କରାଯିବ l
