Odisha news

ମା ମଙ୍ଗଳା ଙ୍କ ପୀଠରେ ନଵପତ୍ରିକା ଆରମ୍ଭ

0
କାକଟପୁର ୧୭/୧୦ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠରେ ଆଜି ଠାରୁ ନଵପତ୍ରିକା ପୂଜା ରୀତୀ ନୀତି ଅନୁଯାୟୀ ଆରମ୍ଭ ହୋଇଛି। ରାତ୍ର ଚାରି ଘଟିକା ଠାରୁ ମା ଙ୍କର ମଙ୍ଗଳ ଆଳତି ଓ ସ୍ନାନ ମାର୍ଜନା ପରେ ମା, ଙ୍କୁ ନଵପତ୍ରିକା ଵେଶ କରାଯାଇଥିଲା।ମୁଖାରଵିନ୍ଦୁ ଚନ୍ଦନ ରେ ସଜ୍ଜିତ କରାଯିଵା ପରେ ପୂର୍ବାହ୍ନ ଏଗାର ଘଟିକା ଠାରୁ ସୂର୍ଯ୍ୟ ପୂଜା, ସିଂହ ପୂଜା ଓ ଦ୍ୱାର ପାଳ ପୂଜା ପରେ ମା ଙ୍କର ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା। ରାତ୍ର ଆଠ ଘଟିକା ରେ ପହୁଡ ଖୋଲା ଯାଇ ପୁନଃ ସ୍ନାନ ମାର୍ଜନା କରାଯାଇଥିଲା। କିମ୍ବଦନ୍ତୀ ଅନୁଯାୟୀ ଆଜି ନବରାତ୍ର ଠାରୁ ମା, ମହିଷାସୁରକୁ ମାରିଵା ପାଇଁ ଵିଭିନ୍ନ ସ୍ଥାନ ଭ୍ରମଣ କରନ୍ତି, ଏହି ନଵପତ୍ରିକା ଠାରୁ ମା”ଙ୍କ ପୀଠ ଘଣ୍ଟ ଘଣ୍ଟା, ଭେରୀ ତୁରୀ ଓ ଵିଭିନ୍ନ ବାଦ୍ୟ ରେ ପ୍ରକମ୍ପିତ ହୋଇ ଉଠେ।
Leave A Reply