କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଦ୍ୱିତୀୟ ଥର ମା-ବାପା ହେବାକୁ ଯାଉଛନ୍ତି । ଏହି ଖବର ପରେ ସେମାନଙ୍କୁ ନେଇ ସୋସାଲ ମିଡିଆରେ ଅନେକ ପୋଷ୍ଟ କରାଯାଉଛି । କରୀନାଙ୍କ ରଣଧୀର କପୁର ବି ଏହି ଖବରରେ ବେଶ୍ ଖୁସିଥିବା ବେଳେ ସେ ଝିଅର ଡୁ୍ୟ ଡେଟ୍ କହିଛନ୍ତି । କରୀନାଙ୍କ ପ୍ରେଗାନାନ୍ସିକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରଣଧୀର କହିଥିଲେ, ଦୁଇଟି ସନ୍ତାନ ହେବା ଉଚିତ । ପରସ୍ପରକୁ ସାଙ୍ଗ ମିଳିଯାଏ । ପିଙ୍କଭିଲା ରିପୋର୍ଟ ଅନୁଯାୟୀ, ରଣଧୀର କହିଛନ୍ତି ବେବୋ ଓ ସୈଫ୍ କିଛିଦିନ ର୍ପୂବରୁ ଆମକୁ ଏହି ଖବର ଦେଇଥିଲେ । ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ କରୀନାଙ୍କ ଡେଲିଭରି ହେବ । କରୀନା ଓ ସୈଫ୍ ଷ୍ଟେଟ୍ମେଣ୍ଟ୍ ଜାରି କରି କହିଥିଲେ, ଆମେ ବହୁତ ଖୁସି ଯେ ଆମ ପରିବାରକୁ ନୂଆ ସଦସ୍ୟ ଆସୁଛି । ଭଲପାଇବା ଓ ସମର୍ଥନ ପାଇଁ ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ । କରୀନା ତାଙ୍କ ଚାଟ୍ ଶୋ’ରେ ଦୁଇ ବର୍ଷ ପୂର୍ବରୁ ୨୦୧୮ରେ ଏ ବିଷୟରେ ସୂଚନା ଦେଇଥିଲେ ।