ଭାରତ-ଆଫଗାନିସ୍ତାନ ସମ୍ପର୍କ ରେ ଗୋଟିଏ ନୂଆ ପଜିଟିଭ ମୋଡ଼ ଦେଖିବାକୁ ମିଳିଛି, ଭାରତ ଆଫଗାନିସ୍ଥାନ ରେ ଆଫଗାନ-ହିନ୍ଦୁ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ଯାଉଛି, ଏହା ବ୍ୟତୀତ ଭାରତ ଆଫଗାନିସ୍ଥାନ ରେ କୃଷି କ୍ଷେତ୍ର ରେ ବଡ଼ କାର୍ଯ୍ୟ କରିବାକୁ ଯାଉଛି, ଭାରତ ଆଫଗାନିସ୍ତାନରେ ଏଗ୍ରିକଲଚର ସେକ୍ଟର କୁ ସୁଧାରିବା ପାଇଁ ସେଠାରେ ଅନଲାଇନ ଓ ଅଫଲାଇନ ରେ ଟ୍ରେନିଂ ଦେବ l
ଗୁରୁବାର ଦିନ ଆଫଗାନିସ୍ଥାନ ର କୃଷି ମନ୍ତ୍ରୀ ମୌଲବୀ ଅତଉଲାହ ଓମାରି କାବୁଲ ସ୍ଥିତ ଭାରତୀୟ ଦୂତାବାସ ରେ ଭାରତର ରାଜଦୂତ କରଣ ଯାଦବ ଙ୍କୁ ସାକ୍ଷାତ କରିଛନ୍ତି, ଏବଂ ନିକଟରେ ଆଫଗାନିସ୍ଥାନ ବିଦେଶମନ୍ତ୍ରୀ ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଏକ ସପ୍ତାହ ପାଇଁ ଆସିଥିଲେ l
ଏହାପରେ ଭାରତ ଗୋଟିଏ ସାହସିକ ପଦକ୍ଷେପ ଉଠାଇଥିଲା, ଏବଂ କାବୁଲ ରେ ନିଜର ରଜନାୟୀକ ମିଶନ ପୁନର୍ବାର ସ୍ଥାପିତ କରିଥିଲା , ଏହାପରେ ଭାରତ କାରଣ ଯାଦବ ଙ୍କୁ ଆଫଗାନିସ୍ଥାନ ରେ ରାଜଦୂତ ଭାବରେ ନିଯୁକ୍ତି ଦେଲା l
ବର୍ତମାନ ଆଫଗାନିସ୍ଥାନ ପକ୍ଷରୁ ଗୋଟିଏ ନୂଆ ତଥ୍ୟ ଜାରି ହୋଇଛି, ଯେ ଭାରତ ପକ୍ଷରୁ କୃଷି, ବିହନ, ପଶୁ ଧନ, କୃଷି ଯନ୍ତ୍ରପାତି ଭଳି କ୍ଷେତ୍ରରେ ସହଯୋଗ ମିଳିବ l କୃଷି ମନ୍ତ୍ରଣାଳୟ ର ଗୋଟିଏ ବୟାନ ଅନୁସାରେ ଜଳବାୟୁ ପରିବର୍ତ୍ତନ ପ୍ରତି ପ୍ରତିରୋଧ ଓ ଫସଲ ବିକଶିତ ଉପରେ ରିସର୍ଚ୍ଚ କରିବା ଜରୁରୀ l ଏବଂ ଭାରତ କହିଛି ଯେ ଭାରତ ଆଫଗାନିସ୍ଥାନ ଗୋଟିଏ ଆଫଗାନ-ହିନ୍ଦୁ ରିସର୍ଚ୍ଚ ସେଣ୍ଟର ଖୋଲିବାର ଚେଷ୍ଟା କରିବ l