Odisha news

ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ 

0
ବୁଗୁଡ଼ା : ତା ୧୨/୧୨/୨୩ :  ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶା ଆନୁକୂଲ୍ୟରେ ଆୟୋଜିତ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟରେ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ବୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳ ୪୪-୨୬ ପଏଣ୍ଟରେ ସାଉଁଟିଆପଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳକୁ ହରାଇ ଚମ୍ପିୟନ ହୋଇଥିଲା । ଏଥିରେ ରବିନ୍ଦ୍ର ବେହେରା ଓ ବାଦଲ ସ୍ବାଇଁ ଏମ୍ପାୟାର ଏବଂ ସୋନିଆ ମହାନ୍ତି ସ୍କୋରର୍ ଦାୟିତ୍ବ ନିର୍ବାହ କରିଥିଲେ  । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିଥିଲେ  । ଏ ଅବସରରେ ଟୁର୍ଣ୍ଣାମେଣ୍ଟର ବିଜେତା ବୁଗୁଡା ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା ସାଉଁଟିଆପଲ୍ଲୀ ଦଳକୁ ରନର୍ ଟ୍ରଫି ପ୍ରଦାନ କରାଯାଇଥିଲା  । ଏହି ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜର କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ୍.ଶ୍ରୀନିବାସ ଦୋରା ପରିଚାଳନା କରିଥିବା ବେଳେ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ସକ୍ରିୟ ସହଯୋଗ କରିଥିଲେ  ।
Ad2
Leave A Reply