ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ସମୟରେ ଆମ ଗ୍ରହ ନକ୍ଷତ୍ର ର ସ୍ଥିତି ଆମର ସମ୍ପୂର୍ଣ୍ଣ ଜୀବନ ଉପରେ ପ୍ରଭାବ ପକାଇ ଥାଏ । ରାଶିର ସ୍ବାମୀ ଗ୍ରହ କୁ ନେଇ ବ୍ୟକ୍ତିର ଭାଗ୍ୟ ଉପରେ ସମସ୍ତ ପ୍ରକାର ତଥ୍ୟ ବିଷୟରେ ଜାଣି ହୁଏ । ଆମ ହିନ୍ଦୁ ଧର୍ମରେ କିଛିଟା ରାଶି ଏଭଳି ରହିଛନ୍ତି ଯିଏକି ବିବାହ ପରେ ଶ୍ବଶୁର ଘର ପାଇଁ ହୋଇ ଥାଆନ୍ତି ଭାଗ୍ୟବତୀ ।
* ମେଷ ରାଶିର ଝିଅ ମାନେ ଖୁବ୍ ଶାନ୍ତ ଓ ସରଳ ହୋଇ ଥାଆନ୍ତି । ଏମାନଙ୍କ ମନରେ ଯାହାବି ରହିଥାଏ ସେମାନେ ତୁରଂତ ପ୍ରକାଶ କରି ଦେଇ ଥାଆନ୍ତି । ଏମାନେ ସ୍ୱଭାବରେ ଖୁବ୍ ସ୍ନେହୀ ହୋଇ ଥାଆନ୍ତି । ଏମାନଙ୍କୁ ଭୁଲ୍ କଥା ଆଦୌ ଗ୍ରହଣ କରି ନ ଥାଆନ୍ତି । ଏହି ରାଶିର କନ୍ୟା ନିଜ ସ୍ବାମୀଙ୍କୁ ଖୁବ୍ ଭଲ ପାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅମାନେ ଉଭୟ ସ୍ବାମୀ ଓ ଶ୍ବଶୁର ଘର ପାଇଁ ଭାଗ୍ୟ ଶାଳୀ ଅଟନ୍ତି ।
* କର୍କଟ ରାଶିର ଝିଅମାନେ ଖୁବ୍ ବୁଦ୍ଧିମାନ ହୋଇ ଥାଆନ୍ତି । ସବୁ କଥାକୁ ମ୍ୟାନେଜ କରିବାରେ ଏମାନେ ପାରଙ୍ଗମ ଅଟନ୍ତି । ଏହି ରାଶିର କନ୍ୟା ନିଜ ପରିବାର ମଧ୍ୟରେ ସବୁବେଳେ ଏକତା ଚାହାନ୍ତି ଓ ସମସ୍ତ ସମ୍ପର୍କ କୁ ଯୋଡି ରଖି ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର କନ୍ୟା ନିଜ ସ୍ବାମୀ ଓ ଶ୍ବଶୁର ଘର ପ୍ରତି ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।
* ବିଛା ରାଶିର ଝିଅମାନେ ବୁଦ୍ଧିମାନ ହେବା ସହ ସ୍ଵାଭିମାନୀ ଅଟନ୍ତି । ଏମାନେ ନିଜ ପରିବାର ପ୍ରତି ଖୁବ୍ ଯତ୍ନବାନ ଅଟନ୍ତି ଓ ସମସ୍ତ ଙ୍କ ଇଚ୍ଛାକୁ ଖୁବ୍ ଗୁରୁତ୍ଵ ଦିଅନ୍ତି । ଏହି ରାଶିର କନ୍ୟା ନିଜ ସ୍ବାମୀଙ୍କୁ ଖୁସି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି ଓ ନିଜ ସ୍ବାମୀଙ୍କୁ ସବୁବେଳେ ପ୍ରେରଣା ଯୋଗନ୍ତି । ସବୁ ପରିସ୍ଥିତି ରେ ନିଜ ସ୍ଵାମୀଙ୍କ ହାତ ଧରି ରୁହନ୍ତି । ଏହି ରାଶିର କନ୍ୟା ନିଜ ସ୍ବାମୀ ଓ ଶ୍ବଶୁର ଘର ପାଇଁ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।
Comments are closed.