ଭାରତୀୟ ଟିଭି ଅକଷ୍ଟ୍ରେସ ଗୋହର ଖାନ ବର୍ତମାନ ନିଜର ଗର୍ଭଧାରଣ କୁ ନେଇ ଏନଜଏ କରୁଛନ୍ତି l ସେ ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି l ସେ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରୁହନ୍ତି ଓ ଯେଉଁ ଠାରେ ସେ ନିଜର ନିର୍ଭୟ ବୟାନ କୁ ନେଇ ସବୁବେଳେ ଚର୍ଚାରେ ରୁହନ୍ତି l ଚଳିତ ଥର ଗୋହାର ସେଲିବ୍ରେଟି କପଲ ଜଷ୍ଟିନ ବିବର ଓ ତାଙ୍କ ପତ୍ନୀ ହେଲୀ ବିବର ଙ୍କ ଉପରେ ନିଜର ବୟାନ ଦେଇଛନ୍ତି l ବର୍ତମାନ ସାରା ବିଶ୍ୱରେ ମୁସଲମାନ ଭାଇ ଭଉଣୀମାନେ ପବିତ୍ର ରମଜାନ ମାସ ପାଳନ କରୁଛନ୍ତି ଓ ବ୍ରତ ରଖୁଛନ୍ତି l ଏହାକୁ ନେଇ ବିବର ଦମ୍ପତି ଗୋଟିଏ ଅନଲାଇନ ସାକ୍ଷାତକାରରେ ପବିତ୍ର ରମଜାନ ମାସରେ ରୋଜା ରଖିବାକୁ ନେଇ କମେଣ୍ଟ କରିଥିଲେ l ଗହାର ଖାଁ ଏହାକୁ ନେଇ ନିଜ ଇନ୍ଷ୍ଟଗ୍ରାମ ରେ ଏହାକୁ ଗୋଟିଏ ଅସମ୍ବେଦନଶୀଳ ବୋଲି କହିଥିଲେ l
ହ୍ୱିଜାଵ ମର୍ଦନ ନାମକ ଇନ୍ଷ୍ଟଗ୍ରାମ ପେଜ ଉଭୟ ବିବର ଦମ୍ପତି କହିଥିଲେ ରୋଜା ରଖିବା ମୂଲ୍ୟହୀନ ଅଟେ l ଜଷ୍ଟିନ କହିଥିଲେ ଯେ ମତେ ଭାବିବାକୁ ପଡିବ, ପ୍ରକୃତରେ ଭାବିବା ପାଇଁ କିମ୍ବା ଚିନ୍ତା କରିବା ପାଇଁ ଶରୀର କୁ ପୋଷଣ ର ଆବଶ୍ୟକତା ରହିଛି l ଖାଦ୍ୟ ନ ଖାଇବାରେ କୌଣସି ଲାଭ ପରିଲକ୍ଷିତ ତାଙ୍କୁ ହେଉନାହିଁ l ଯଦି ଟିଭି ନଦେଖବା , ଫୋନ ବ୍ୟବହାର ନକରିବା ରେ ଅଧିକ ଶାରୀରିକ ଓ ମାନସିକ ସଫଳତା ମିଳିବ l କିନ୍ତୁ ଖାଦ୍ୟ ନଖାଇବାରେ କୌଣସି ସଫଳତା ମିଳିବ ନାହିଁ l
ଗହ୍ୱର ଖାଁ ନିଜ ଇନ୍ଷ୍ଟଗ୍ରାମ ଷ୍ଟୋରି ରେ ଲେଖିଥିଲେ ଯେ ସେମାନେ କେତେ ମୂର୍ଖ ଅଟନ୍ତି l ଯଦି ସେମାନେ ଏହା ପଛରେ ବିଜ୍ଞାନ ଓ ସ୍ୱାସ୍ଥ୍ୟ ର ଲାଭ କୁ ଦେଖିପାରୁ ନାହାନ୍ତି l ଉଭୟ ଙ୍କୁ ଜ୍ଞାନ ର ଆବଶ୍ୟକତା ରହିଛି l ଗହର ଖାନ ପ୍ରତିବର୍ଷ ରମଜାନ ମାସରେ ରୋଜା ରଖନ୍ତି l ଗୌହର ଖାନ ନିୟମିତ ଭାବରେ ସବୁ ବର୍ଷ ରୋଜା ନିଜ ପରିବାର ସଦସ୍ୟ ଙ୍କ ସହିତ ରଖନ୍ତି l
