Odisha news

ଗୋଟିଏ ଗୋଟିଏ ବୁନ୍ଦା ଜଳର ହେବ ହିସାବ, ଅଧିକ ପାଣି ପିଇବା ଦ୍ୱାରା ହୋଇପାରେ ଜେଲ୍

0

କଥାରେ ଅଛି ଜଳ ହିଁ ଜୀବନ l ଜଳ ଓ ବାୟୁ ବିନା ଏହି ଜୀବଜଗତ ସ୍ଥିତି ଶୂନ୍ୟ , ଆପଣ ଠାରେ ଭାବି ଦେଖିଲେ ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଥିବ, କିନ୍ତୁ ଗୋଟିଏ ନିର୍ଦ୍ଧିଷ୍ଟ ପରିମାଣ ର ପାଣି ପିଇବାକୁ ଦିଆଯିବ l  ଯଦି ଆପଣ ତାହା ନଷ୍ଟ କଲେ ତେବେ ଆପଣଙ୍କୁ ଜେଲ ପଠାଯିବ l ହଁ ଆଜ୍ଞା ଏଭଳି ମଧ୍ୟ ହୋଇପାରେ ଏହା କୌଣସି କାହାଣୀ ନୁହେଁ l ଟିୟୁନୀଶିୟା ରେ ଆସନ୍ତା ୬ମାସ ପାଇଁ ପୀଇବା ପାଣି ପିଇବାକୁ ନେଇ କୋଟା ସିଷ୍ଟମ ଲାଗୁ ହୋଇଛି l  ଅର୍ଥାତ ପାଣି ପାଇବାକୁ ହେଲେ ଆପଣ ଙ୍କୁ ନିର୍ଦ୍ଧିଷ୍ଟ ପରିମାଣ ର ପାଣି ମାପି ଦିଆଯିବ l  କେବଳ ଏତିକି ନୁହେଁ, ଚାଷ କାର୍ଯ୍ୟ ପାଇଁ ସମ୍ପୂର୍ଣ ଭାବରେ ପାଣି ର ବ୍ୟବହାର ଉପରେ ପ୍ରତିବନ୍ଧ ଲାଗିଛି l  ଏହି କଠିନ ନିୟମ ଚଳିତ ବର୍ଷ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗୁ କରାଯିବ l

ଟିୟୁନୀଶିୟା ର କୃଷି ମନ୍ତ୍ରଣାଳୟ ର ଅଧିକାରୀ ହମାଦି ହବିବ କହିଛନ୍ତି ଯେ ତାଙ୍କ ଦେଶ ଗତ କିଛି ମାସ ରେ ଭୟାନକ ଦୁର୍ଭିକ୍ଷ ଦେଇ ଗତିକରିବ l ଗତବର୍ଷ ସେପ୍ଟେମ୍ବର ରୁ ନେଇ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଟିୟୁନୀଶିୟା ରେ ବର୍ଷା ଖୁବ କମ ହୋଇଛି l କୃଷି ମନ୍ତ୍ରଣାଳୟ ଏହି ଅବସ୍ଥାକୁ ଦେଖି ନିଷ୍ପତି ନେଇଛି ଯେ ଆସନ୍ତା ୬ମାସ ପର୍ଯ୍ୟନ୍ତ ପିଇବା ପାଣି ର ଅସୁବିଧା ଦେଖାଯିବ l  କୌଣସି ବ୍ୟକ୍ତି ନିଜର କାର ଧୋଇବେ ନାହିଁ , ଗଛ ବୃକ୍ଷକୁ ପାଣି ଦିଆଯିବ ନାହିଁ , ନା ଘରଦ୍ୱାର ଧୁଆ ପୋଛା ହେବ, ନା ସାର୍ବଜନିକ ସ୍ଥାନ ସଫା ସଫି ପାଇଁ ପାଣିର ବ୍ୟବହାର ହେବ ? ଯଦି କେହି ବ୍ୟକ୍ତି ଏହି ନିୟମ କୁ ଉଲଂଘନ କରିବେ ଜେଲ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରହିବେ l

ଟିୟୁନୀଶିୟା ର ଜଳ ସଂଚୟ ନିୟମ ଅନୁସାରେ ନିୟମ ଉଲଂଘନ କରୁଥିବା ବ୍ୟକ୍ତି ୬ଦିନ ରୁ ନେଇ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ l  ଟିୟୁନୀଶିୟା  ଅଧିବାସୀ ଙ୍କ ସୂଚନା ଅନୁସାରେ ତାଙ୍କ ସରକାର ରାତିରେ ପାଣି ସପ୍ଲାଇ ଉପରେ ବିଶେଷ ନିୟମ ଲାଗୁ କରିଛି l  ରାଜଧାନୀ ସମେତ ସମସ୍ତ ସ୍ଥାନରେ ପାଣି କୁ କଡାକଡି ପେଟ୍ରୋଲିଙ୍ଗ ଚାଲିଛି l  ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖା ଦେଇଛି l

ସରକାରଙ୍କ ଏହି ନିଷ୍ପତି କାରଣରୁ ସାରା ଦେଶରେ ଅସନ୍ତୋଷ ଦେଖା ଦେଉଛି l  ପାଣି କୁ ନେଇ ହୋଇଥିବା ନିଷ୍ପତିକୁ ଦେଖି ଦରବୃଦ୍ଧି ହୋଇ ଚାଲିଛି l  ଟିୟୁନୀଶିୟା ର ଉତ୍ତର ଦିଗରେ ଥିବା ସିଦି ଡ୍ୟାମ , ଯାହାକି ବଡ଼ ବଡ଼ ଅଞ୍ଚଳ ରେ ପାଣି ସପ୍ଲାଏ କରିଥାଏ ସେଥିରେ ବର୍ତମାନ ମାତ୍ର ୧୬ ପ୍ରତିଶତ ପାଣି ରହିଛି l  ଯେବେକି ଅନ୍ୟ ଦିନରେ ଏଥିରେ ୫୮ କୋଟି କ୍ୟୁବିକ ଜଳ ରହିଥାଏ l

Nalco
Leave A Reply