Odisha news

ବଣ ପୋଡିର ନିୟନ୍ତ୍ରଣରେ ନାହିଁ ବନ ବିଭାଗର ହାତରେ

ରାୟଗଡା (Rabindra Patkhandal) : ବୃକ୍ଷହିଁ ଜୀବନ । ବୃକ୍ଷବିନା ପ୍ରାଣୀଜଗତ ତିଷ୍ଠି ରହିପାରିବ ନାହିଁ । ତଥାପି ଏଠାରେ ସଚେତନତାର ଘୋର ଅଭାବ ରହିଛି । ତେଣୁ ସମଗ୍ର ଓଡିଶାରେ ଜଙ୍ଗଲ ପୋଡି ତାଲିକାରେ ରାୟଗଡା ଜିଲା ପ୍ରଥମ ବୋଲି ଜଣାପଡିଛି । ଏବେ ବଣ ପୋଡିର ନିୟନ୍ତ୍ରଣରେ ନାହିଁ ବନ ବିଭାଗର ହାତରେ । ଭବିଶ୍ୟ ପିଡ଼ିଙ୍କ ପାଇଁ ସପ୍ନ ହୋଇ ରହିଯିବ ବୃକ୍ଷଟିଏ । ପୋଡି ଯାଉଛି ବଡବଡ ଗଛ । ନିଆ ଝାସରେ ଧରାଶାୟୀ ହେଉଛି ବର୍ଷବର୍ଷ ଧରି ଠିଆ ହୋଇଥିବା ବୃକ୍ଷ । ମୂଲ୍ୟବାନ ଗୁଳ୍ମ ଗୁଡିକ ପୋଡି ପାଉଁଷ ହୋଇଯାଉଛି । ଉପକାରୀ ଜବୀଜଗତ ଲୋପ ହୋଇଯାଉଛି ।

ଜଙ୍ଗଲ ମଣିଷର ମିତ୍ର । ଗଛ ନାହିଁତ ଜୀବଜଗତ ନାହିଁ । ବିଜ୍ଞ ଲୋକଙ୍କ ଠାରୁ ଏହି ନାରା ଅହରହ ଶୁଣିବାକୁ ମିଳୁଛି । ଆଉ ଜଙ୍ଗଲକୁ ସୁରକ୍ଷା କରିବାପାଇଁ ଯେତେ ପରିମାଣରେ ଉଦ୍ୟମ ଓ ଅର୍ଥ ଶ୍ରାଦ୍ଧ କରାଯାଉଛି ସମତାଳରେ ଏହି ମଣିଷ ଜଙ୍ଗଲ ଧ୍ୱସଂ କରିଚାଲିଛି । ଅନ୍ୟପଟେ ପେଟପାଟଣା ଦ୍ୱାହିଦେଇ ଯୁଗଯୁଗ ଧରି ଉଭା ହୋଇଥିିବା ଜଙ୍ଗଲ ଓ ତା ଭିତରେ ଥିବା କିସମ କିସମର ବୃକ୍ଷାଦି ନଷ୍ଟ ନଷ୍ଟ ହୋଇଚାଲିଛି । ଆଉ ଜଙ୍ଗଲ ପୋଡି ଦୃତ ଗତିରେ ଧ୍ୱସଂ ପାଇବାର ପ୍ରମୁଖ କାରଣ ହୋଇଯାଇଛି । ଜଙ୍ଗଲ ସୁରକ୍ଷା ଦିଗରେ କେବଳ ସଭାସମିତିରେ ଅଟକି ଯାଇଛୁ । ତେଣୁ ଏହାର ସୁରକ୍ଷା କରିବାରେ ବିଫଳ ହୋଇଛୁ ବୋଲି ପରିବେଷବିତ୍ତ ମାନେ ମତପୋଷଣ କରୁଛନ୍ତି । କିସମ କିସମର ଯୋଜନା । ଅତ୍ୟାଧୁନିକ ସାଟାଲାଇଟ ଦ୍ୱାରା ଖବର ସଂଗ୍ରହ ଏବଂ ଡିଜିଟାଲାଇଜେସନ ପଦ୍ଧତିରେ ନିୟନ୍ତ୍ରଣ ବ୍ୟବସ୍ଥା ସତ୍ୱେ ସାରା ଓଡିଶାରେ ରାୟଗଡା ଜିଲା ଜଙ୍ଗଲ ପୋଡି ତାଲିକାରେ ଦିତୀୟ ବୋଲି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ଆକଳନରୁ ଜଣାପଡିଛି । କେବଳ ୨୦୨୦-୨୧ଆର୍ଥକ ବର୍ଷରେ ନିଆଁ ଦାଉରୁ ହୋଇଥିବା ଜଙ୍ଗଲ କ୍ଷତିକୁ ଅନୁଧ୍ୟାନ କଲେ ଜଣାପଡିଛି ଜଙ୍ଗଲ ପୋଡି କ୍ଷେତ୍ରରେ ସାରା ଓଡିଶାରେ ରାୟଗଡା ଜିଲା ଦିତୀୟ ସ୍ଥାନ ଗ୍ରହଣ କରିଛି ।

ରାୟଗଡା ଜିଲା ୭ଟି ରେଞ୍ଜର ୧୮୫୫ଟି ସ୍ଥାନରେ ନିଆ ଲାଗିଥିବା ସାଟାଲାଇଟ ଚିତ୍ର ଉତ୍ତଳନ କରିଛି । ସାରା ଜିଲାରେ ୩ଲକ୍ଷ ୧୯ହଜାର ୬୯୧.୦୧ହେକ୍ଟର ଜଙ୍ଗଲ ରହିଥିବା ବେଳେ ରାଜସ୍ୱ ବିଭାଗର ଜଙ୍ଗଲକୁ ବାଦଦେଲେ ବନ ବିଭାଗ ୭ଟି ରେଞ୍ଜରେ ୨ଲକ୍ଷ ୩୦ହଜାର୦୯୫.୪୯୦ହେକ୍ଟର ଜମିରେ ଥିବା ଜଙ୍ଗଲର ସୁରକ୍ଷା କାର୍ଯ୍ୟ କରିଆସୁଛି । ତେବେ ଜଙ୍ଗଲ ମାନବ ସମାଜ ଏବଂ ଜୀବଜଗତ ପାଇଁ ଖୁବ ଉପାଦେୟ । ଦୁର୍ଗମ ଇଲାକାରେ ରହୁଥିବା ବନବାସୀ ଏବଂ ଜଙ୍ଗଲ ଭିତରେ ରହି ଜୀବିକା ନିର୍ବାହ କରୁଥିବା ମଣିଷ ଠାରେ ଯଥେଷ୍ଟ ସଚେତନତା ସୃଷ୍ଟି କରାଯାଇପାରୁନାହିଁ । ପରିଣାମ ସ୍ୱରୁପ କେତେବେଳେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ତ ଆଉ କେତେବେଳେ କୋଇଲା ସାଉଁଟିବା ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି ।

ଆଉ କେତେ ସ୍ଥାନରେ ଜଙ୍ଗଲ ଭିତରେ ଯାତାୟତ କରୁଥିବା ଲୋକେ ଖେଳଖେଳରେ ନିଆ ଲାଗାଇ ଦେଉଥିବାର ନିଦାନ ମଧ୍ୟ ରହିଛି । ସବୁଠାରୁ ବିଡମ୍ବନାର କଥାଯେ କେତେକ ସ୍ଥାନରେ ନିଆ ଲଗାଇ ବନ କର୍ମଚାରୀଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟିକରି ଜଙ୍ଗଲର ଅନ୍ୟ ପ୍ରାନ୍ତରେ କାଠ କାଟି ନେଉଥିବା ଭଳି କାର୍ଯ୍ୟ ମଧ୍ୟ ଅବ୍ୟହତ ରହିଛି । ଏହି କ୍ରମରେ ଚଳିତ ବର୍ଷ ଜିଲାର ମୁନିଗୁଡା ରୋଞ୍ଜରେ ସର୍ବାଧିକ ୭୧୮ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ତା ପଛକୁ ରାୟଗଡା ରେଞ୍ଜରେ ୩୪୦ଟି, କଲ୍ୟାଣସିଂହପୁରରେ ୩୦୧ଟି,ଗୁଡାରୀରେ ୧୫୭ଟି, ଗୁଣପୁରରେ ୧୧୫ଟି, ଟିକିର ୧୩୦ଟି ଏବଂ କାଶୀପୁରରେ ୯୩ଟି ରୋଞ୍ଜର ମୋଟ ୧୮୫୫ଟି ଫାଏର ପଏଣ୍ଟର ଚିତ୍ର ମିଳିପାରିଛି । ତେବେ ଅତ୍ୟାଧୁନିକ ଖବର ସଂଗ୍ରହ କୌଶଳ ଆପଦ୍ୱାରା ସୁଚନା ପାଇବା ପରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଉଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର କହିଛନ୍ତି ।

ତେବେ ସୁଚନା ପାଇ ଚଳିତ ବର୍ଷ ୧୪୪୪ଟି ଫାଏର ପଏଣ୍ଟରେ ପହଞ୍ଚି ନିଆକୁ ଲିଭାଇ ବନକୁ ସୁରକ୍ଷା କରିପାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୧୧ଟି ସ୍ଥାନରେ ନିଆଁ ଜଳୁଥିବା ସାଟେଲାଇଟ କହୁଛି । ତା ମଧ୍ୟରୁ ୩୧୫ଟି ମୁନିଗୁଡ଼ା ବନାଞ୍ଚଳରେ ଜଳୁଥିବା ସୁଚନା କହୁଛି । ନିଆଁ ଲିଭାଇବା ଏକା ବନ କର୍ମଚାରୀ ନୁହେଁ । ଏଥିପାଇଁ ଲୋକଙ୍କ ମନରେ ଯଥେଷ୍ଟ ସଚେତନତା ଆବଶ୍ୟକ । ଯଦ୍ୱାରା ନିଆଦାଉରୁ ଜଙ୍ଗଲକୁ ରକ୍ଷା କରଯାଇପାରିବ ବୋଲି ଡ଼ିଏଫଓ କହିଛନ୍ତି ।

Comments are closed.