Odisha news

ରାମ ମନ୍ଦିର ଆନ୍ଦୋଳନ ସହ ସ୍ମତିକୁ ମନେ ପକାଇଲେ ଜୁଏଲ ଓରାମ

0

ରାଉରକେଲା  : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ରାମ ମନ୍ଦିର ଆନ୍ଦୋଳନ ସହ ସ୍ମତିକୁ ମନେ ପକାଇ ସେ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଗୁଣ୍ଡୁଚି ମୂଷାଭଳି ପ୍ରତ୍ୟକ୍ଷ ଭାବେ ସେବା କରିବାରେ ମୋର ଭୂମିକା ରହିଥିବାରୁ ମୁଁ ଆଜି ନିଜକୁ ଗର୍ବ ଅନୁଭବ କରୁଛି ।
ଉତ୍କଳପ୍ରାନ୍ତର ପ୍ରାନ୍ତ ପ୍ରମୁଖ ଭାବେ ୧୯୯୨ ମସିହା ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୭ ପର୍ଯ୍ୟନ୍ତ କରସେବକମାନଙ୍କ ସହିତ ଅଯୋଧ୍ୟାରେ ରହିବାର ସୁଯୋଗ ମିଳିଥିଲା, ସେଥିପାଇଁ ନିଜକୁ ଧନ୍ୟ ମନେକରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ଚାରି ଦଶନ୍ଧି ଧରି ଏହି ରାମଜନ୍ମଭୂମୀ ଆନ୍ଦୋଳନରେ କାରସେବାର ନେତୃତ୍ୱନେବା ଠାରୁ ଆରମ୍ଭ କରି ଗ୍ରାମଗ୍ରାମ ବୁଲି ଶିଳା ପୂଜନ ଓ ଇଟା, ଅର୍ଥ, ଚାଉଳ, ଡାଲି ଆଦି ସଂଗ୍ରହ, ସାଧୁସନ୍ଥଙ୍କ ସହ ଗାଁଗାଁ ବୁଲି ରାମକଥାର ପ୍ରଚାର ଆଦି ଅନେକ କାର୍ଯ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ରହିଛି, ଯାହାର କିଛି ଫଟୋ ଏଥିରେ ସଂଲଗ୍ନ କରୁଛି ବୋଲି ଲେଖି ଫଟୋ ଶେୟାର କରିଛନ୍ତି ।

Leave A Reply