Odisha news

ଆଇ.ଟି.ଆଇ ପରିସରରେ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ : ଏବେବି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ରହିଛି

0

ଜଗତସିଂହପୁର : ଗାନ୍ଧୀ ଏକ ନାମ ନୁହେଁ, ବିଚାର । ସତ୍ୟ ଓ ଅହିଁସା ଥିଲା ଗାନ୍ଧୀ ଦର୍ଶନର ମୂଳମନ୍ତ୍ର । ଏହାକୁ ପାଥେୟ କରି ଯେକୈାଣସି ସମସ୍ୟାର ସମାଧାନ କରାଯାଇ ପାରେ ବୋଲି ଆଜି ସ୍ଥାନୀୟ ତରଡାପଡା ସ୍ଥିତ ଆଇ.ଟି.ଆଇ ପରିସରରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସରେ ଯୋଗଦେଇ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ଟାଇମ୍ସ ଗୁରୁକୁଳର ଚେୟାରମ୍ୟାନ ରଶ୍ମୀରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଜଗତସିଂହପୁରର ସାରସ୍ୱତ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ବିରଳ ଥିଲା ବୋଲି କହିବା ସହ ଏବେବି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସାରଳା ସାହିତ୍ୟ ଗବେଷକ ରାଧାମୋହନ ପରିଜା କହିଥିଲେ ଯେ କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ଧର୍ମନିରପେକ୍ଷତାର ଏକ ନିଚ୍ଛକ ପ୍ରତିଛବି ଗାନ୍ଧୀ ଥିଲେ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସେହିପରି ଶିକ୍ଷକ କମଳ ଲୋଚନ ବିଶ୍ୱାଳ ଆଲୋଚନାରେ ଅଂଶ ଗ୍ରହଣ କରି ନାରୀ ଶିକ୍ଷା ଓ ନାରୀ ଜାଗରଣ ଉପରେ ଗାନ୍ଧିଜୀ ସବୁବେଳେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ତାଙ୍କର ସ୍ୱପ୍ନର ଭାରତରେ ପୁରୁଷମାନଙ୍କ ସହ ନାରୀମାନଙ୍କୁ ସମ୍ମାନ ମର୍ଯ୍ୟଦା ଦେବାପଇଁ ସେ ଗୁରୁତ୍ୱ ଦେବାପାଇଁ କହୁଥିଲେ ବୋଲି ସେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ରା ନନ୍ଦ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ନାୟକ, ସେକ୍ ସୈକତ ଅଲ୍ଲୀ, ପ୍ରକାଶ କୁମାର ଲେଙ୍କା, ଶିକ୍ଷୟିତ୍ରୀ ପ୍ରିୟାଦର୍ଶିନୀ ଦାସ, ସୁଶ୍ରୀ ଅଞ୍ଜୁଷା ଯୋଗ ଦେଇ ଜାତିର ପିତା ଗାନ୍ଧିଜୀ ନିଶା ନିବାରଣ ଉପରେ ସର୍ବଦା ଗୁରୁତ୍ୱ ଦେଉଥିଲେ ଓ ତାଙ୍କ ମତରେ ନିଶା ସେବନ ମଣିଷ ପାଇଁ ବିପଥଗାମୀ କରିବା ସଙ୍ଗେସଙ୍ଗେ ତାର ଆର୍ଥିକ ଉନ୍ନତିରେ ଅନ୍ତରାୟ ହୋଇଥାଏ । ଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Priligy Dapoxetine. Sur cette page, on peut lire la description détaillée des effets de ce médicament L’alcoolisme detruit egalement la prix du cialis 20 en pharmacie vie privee, en creant le stress, qui influence egalement l’etat emotionnel de la personne Les problemes physiques y sont lies indissolublement. Nous vous garantissons une qualité exceptionnelle du Cialis Générique – médicament tadalafil prix du cialis en espagnecialisfr qui est vendu par l. www.cialispascherfr24.com Internet recherche viagra sans ordonnance traitement cialis prix en pharmacie paris en ou en ligne avec une prescription Le fonctionnement du Cialis Générique.

Nalco
Leave A Reply