Odisha news

ଦୁର୍ଦ୍ଦାନ୍ତ ନକ୍ସଲ ଜିପ୍ରୋର ଆତ୍ମସର୍ମପଣ

0

ମାଲକାନଗିରି,୧୨ା୨ : ଦୁର୍ଦ୍ଦାନ୍ତ ନକ୍ସଲ ଜିପ୍ରୋ ହାବିକା ଆଜି ମାଲକାନଗିରି ଏସ୍‌ପି ରୁଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିପ୍ରୋ ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ସେ ମାଲକାନଗିରି ବିଶାଖା ବର୍ଡର ଡିଭିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁରେ ୯ଟି ମାମଲା ରହିଥିବା ବେଳେ ସରକାର ତାଙ୍କୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ । ଜିପ୍ରୋ କହିଛନ୍ତି ଯେ ସରକାରଙ୍କ ବିକାଶ ଧାରାକୁ ସମର୍ଥନ କରି ସେ ଆତ୍ମସମର୍ପଣ କରିଛନ୍ତି । ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳର ବିକାଶ ଚାହୁଁନାହାନ୍ତି । ତା’ସହିତ ସେମାନେ ନିରୀହ ଲୋକମାନଙ୍କୁ ବ୍ୟବହାର କରୁଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ବିଏସଏଫରେ ଘନ ଘନ ଚଢାଉରେ ନକ୍ସଲ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହେଉଥିବା ଜିପ୍ରୋ କହିଛନ୍ତି । ଆତ୍ମସମର୍ପଣ କରିଥିବା ଜିପ୍ରୋଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଘର ଓ ଆର୍ଥିକ ସହାୟତା ଦିଆଯିବ । ତା’ସହିତ ତାଙ୍କୁ ଆତ୍ମର୍ନିଭରଶୀଳ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି ।

Leave A Reply