Odisha news

ଜିଓ ସିନେମାର ବ୍ରାଣ୍ଡ୍ ଆମ୍ବାସାଡର ହେଲେ ରୋହିତ ଶର୍ମା

0

ଭୁବନେଶ୍ୱରଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି  ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍‌ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ  ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି  ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ 

ରୋହିତ ଶର୍ମା କହିଛନ୍ତି ଯେ, “ଭାରତରେ ମୋବାଇଲ୍ ଫୋନ୍  କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି  ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି  ଜିଓ ସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି କାରଣ ଡିଜିଟାଲ୍ ପ୍ଲାଟଫର୍ମକୁ ରୂପାନ୍ତରଣ କରିବା ଲାଗି ଏହା ସକ୍ଷମ କରୁଛି ଏବଂ ପ୍ରଶଂସକମାନଙ୍କୁ ନମନୀୟତାଭାବପୂର୍ଣ୍ଣ ତଥା ବ୍ୟକ୍ତିଗତ ପସନ୍ଦକୁ ସୁହାଇବା ଭଳି ସୁବିଧା ପ୍ରଦାନ କରୁଛି ’’

ବିବିଧ ଅଭିଯାନ ସମ୍ଭାର ଜରିଆରେ ଡିଜିଟାଲ୍ ମାଧ୍ୟମକୁ କ୍ରୀଡ଼ା କାର୍ଯ୍ୟକ୍ରମ ଦେଖିବାର ପରିପୂରକ କରିବା ଲାଗି ରହିଥିବା ସମାନ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ରୋହିତ ଶର୍ମା ଜିଓ ସିନେମା ସହିତ ମିଶି କାର୍ଯ୍ୟ କରିବେ  ସବୁ ପ୍ରକାର ପ୍ରିମିୟମ୍ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଜିଓ ସିନେମାର ଡିଜିଟାଲ୍ ପ୍ରଥମ ଉପସ୍ଥାପନାକୁ ସେ ସାରା ଦେଶରେ ପହଂଚାଇବ ସହିତ ପ୍ରଶଂସକଙ୍କ ସଂଖ୍ୟାକୁ ଆହୁରି ବ୍ୟାପକ କରିବେ 

ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ରୋହିତ ଶର୍ମା କ୍ରୀଡ଼ା ଭାବନା  ଅତୁଳନୀୟ ନେତୃତ୍ୱର ପ୍ରତୀକ ହୋଇଥିବା ବେଳେ ଏଭଳି ମୂଲ୍ୟବୋଧ ଉପସ୍ଥାପନ କରିଛନ୍ତି ଯାହାକୁ ପ୍ରଶଂସକ  ଖେଳାଳୀ ଉଭୟ ପସନ୍ଦ କରୁଛନ୍ତି  ଆମର କ୍ରୀଡ଼ା  କାର୍ଯ୍ୟକ୍ରମ ଉପସ୍ଥାପନା  ବର୍ତମାନ ଚାଲିଥିବା ଆଇପିଏଲ୍ ସାଙ୍ଗକୁ ପ୍ରଶଂସକମାନଙ୍କ ସହିତ ଯୋଡ଼ି ହେବା ଲାଗି ରୋହିତଙ୍କ ଦକ୍ଷତା ବଳରେ ଏହି ସହଯୋଗିତା ଭାରତରେ ଅଗ୍ରଣୀ ହେବା ଲାଗି ଆମର ଲକ୍ଷ୍ୟ ଦିଗରେ ଏକ ପ୍ରାକୃତିକ ସମ୍ପ୍ରସାରଣ ଯାହା ଏକ ଆକର୍ଷଣୀୟ ଭବିଷ୍ୟତ ପ୍ରଦାନ କରିବ ’’

ଭାରତରେ ସବୁ ଦର୍ଶକମାନଙ୍କ ଲାଗି ଜିଓ ସିନେମା ପକ୍ଷରୁ ଟାଟା ଆଇପିଏଲ୍ ୨୦୨୩ର ମାଗଣା ଷ୍ଟ୍ରିମିଂ ଯୋଗୁ ପ୍ରଥମ ଦୁଇ ସପ୍ତାହରେ ରେକର୍ଡ ୫୫୦ କୋଟିରୁ ଅଧିକ ଥର ଦର୍ଶକ ଏହାକୁ ଦେଖିପାରିଛନ୍ତି  ୨୦୨୩ ଏପ୍ରିଲ୍ ୭ରେ ଚେନ୍ନାଇ ସୁପର କିଙ୍ଗସ୍  ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌କୁ ରେକର୍ଡ . କୋଟିରୁ ଅଧିକ ଦର୍ଶକ ଦେଖିଥିଲେ  ଏହାର ପାଂଚ ଦିନ ପୂର୍ବରୁ ଏପ୍ରିଲ୍ ୧୨ରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ . କୋଟି ଦର୍ଶକ ଦେଖିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା 

ଆଇପିଏଲ୍ ୨୦୨୩ ଷ୍ଟ୍ରିମିଂ ପାଇଁ ଜିଓ ସିନେମା ୨୩ ପ୍ରାୟୋଜକ ଘୋଷଣା କରିଛି  ଜିଓ ସିନେମା ସହିତ ସହବନ୍ଧିତ ହୋଇଥିବା ପ୍ରାୟୋଜକ  ବିଜ୍ଞାପନଦାତାଙ୍କ ସଂଖ୍ୟା ଭାରତରେ ଯେକୌଣସି ଡିଜିଟାଲ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ତୁଳନାରେ ଅଧିକ  ନିଜ ପସନ୍ଦର କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକମାନେ ଆଇଓଏସ୍  ଆଣ୍ଡ୍ରଏଡ୍‌ରେ ଜିଓ ସିନେମାକୁ ଡାଉନ୍‌ଲୋଡ୍ କରିପାରିବେ 

 

Leave A Reply